Saturday , July 31 2021
Breaking News
Home / ବିଶେଷ / ଲକଡାଉନ ସମୟରେ ଅସହାୟ ଭିନ୍ନକ୍ଷମ ମାନଙ୍କୁ ପୁନର୍ବାସ ପକ୍ଷରୁ ରାସନ ବଂଟନ

ଲକଡାଉନ ସମୟରେ ଅସହାୟ ଭିନ୍ନକ୍ଷମ ମାନଙ୍କୁ ପୁନର୍ବାସ ପକ୍ଷରୁ ରାସନ ବଂଟନ

କେନ୍ଦ୍ରାପଡ଼ା, ୨୨/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଯୋଗୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଥିବାରୁ ଦୁର୍ଦିନରେ ରହୁଥିବା ଅସହାୟ ଭିନ୍ନକ୍ଷମ ମାନଙ୍କ ଘରକୁ ଯାଇ ଜିଲ୍ଲାରେ କାର୍ଯ୍ୟରତ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ୧୫ଦିନ ପାଇଁ ରାସନ ସାମଗ୍ରୀ ଯଥା ଅଟା, ଡାଲି, ସୁଜି, ତେଲ, ବିସ୍କୁଟ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସହିତ ପୁନର୍ବାସ ପକ୍ଷରୁ ବରିଷ୍ଠ ସଦସ୍ୟ ମହମଦ ଜାହିଦ ଖାଁ, ଆଇନଜିବୀ ଲଳିତେନ୍ଦୁ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଏହି ଟିମ ମାର୍ଶାଘାଇ ବ୍ଲକର ଶିଳିପୁର, ପେଣ୍ଠ, ବାଲିକୁଦା ଓ ଗରଦପୁର ବ୍ଲକରେ ପହଂଚି ଅସହାୟ ଦୃଷ୍ଟିବାଧିତ, ଚଳନ ଶକ୍ତି ବାଧିତ ଭିନ୍ନକ୍ଷମ ମାନଙ୍କୁ ଅତ୍ୟାବଶକ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ନିୟମକୁ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ବଂଟନ କରିବା ସହିତ ମାସ୍କ ପିନ୍ଧିବା, ସାବୁନରେ ହାତଧୋଇ ସାନିଟାଇଜର ବ୍ୟବହାର କରିବା ଉପରେ ସଚେତନ କରାଯାଇଥିବା ସମ୍ପର୍କରେ ସଂଗଠନର ସମ୍ପାଦକ ବନସ୍ମିତା ନାୟକ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *