Saturday , July 31 2021
Breaking News
Home / ବିଶେଷ /    ଲକଡାଉନ ପାଇଁ ଭୁବନ ବଜାରରେ ଅସମ୍ଭବ ଭିଡ

   ଲକଡାଉନ ପାଇଁ ଭୁବନ ବଜାରରେ ଅସମ୍ଭବ ଭିଡ

ଭୁବନ ୦୫/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାର ଦ୍ୱିତୀୟ ଲହର ଅତି ସାଂଘାତିକ ରୂପ ଧାରଣ କରି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସରକାର ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ କରିଛନ୍ତି । ଏଥି ସକାଶେ ଭୁବନରେ   ଦୁଇଦିନ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବର୍ତମାନ କୌଣସି ପର୍ବ ପର୍ବାଣୀ ନଥିବା ବେଳେ କେବଳ ଲକଡାଉନ ଯୋଗୁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପରିବା,ଗ୍ରୋସେରୀ,ମାଛ ,ମାଂସ,ଅଣ୍ଡା  ଓ କ୍ଷୀର ଭଳି ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ ତେଣୁ ଗହଳି ନକରିବାକୁ ଏସଆରସି ପ୍ରଦୀପ କୁମାର ଜେନା ଲୋକଙ୍କୁ ବାରମ୍ବାର ନିବେଦନ କରୁଥିଲା ବେଳେ ଲୋକେ ଏହାକୁ ଆଦୌ ମାନି ନଥିଲେ । ସମ୍ଭାବ୍ୟ ବନ୍ୟା ,ବାତ୍ୟା ଭଳି ପ୍ରତ୍ୟେକ ଦୋକାନରେ ଗହଳି ଲାଗିଥିଲା । କେବଳ ରାସନ ଦୋକାନ ନୁହେଁ ଲୁଗା ଦୋକାନରେ ମଧ୍ୟ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ବିଶେଷକରି କାଳୀବଜାରରୁ ନୂଆବଜାର ଟ୍ରାଫିକ ଜାମ ରହିଥିଲା । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *