Monday , June 21 2021
Breaking News
Home / ବିଶେଷ / ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟିନିଆଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟିନିଆଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ଭୁବନେଶ୍ୱର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ପରିବେଶକୁ ଆମେ ସୁରକ୍ଷା ଦେଲେ ପରିବେଶ ଆମକୁ ସୁରକ୍ଷା ଦେବ । କିନ୍ତୁ ମନୁଷ୍ୟଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ସୃଷ୍ଟି ହେଉଛି ପରିବେଶ ପ୍ରଦୂଷଣ । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀରେ ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟିିନିଆଲ ଓ ଓଡ଼ିଶା ଫରେଷ୍ଟ ଡ଼େଭଲପମେଂଟ କର୍ପୋରେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ହସ୍ପିଟାଲ ଛକଠାରୁ ଜାଭିୟର ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟ କର୍ପୋରେସନର ଡ଼ିଭିଜନାଲ ମ୍ୟାନେଜର ତରୁଣ କୁମାର ସାହୁ ଯୋଗଦେଇ ବୃକ୍ଷ ହେଉଛି ମଣିଷର ପ୍ରକୃତ ବନ୍ଧୁ । ବୃକ୍ଷ ଦ୍ୱାରା ମଣିଷ ବହୁତ ଉପକୃତ ହୋଇଥାଏ । କିନ୍ତୁ ଆଜିର ସମାଜରେ ଯେଉଁଭଳି ଭାବରେ ଅବାଧରେ ଗଛ କାଟା ଚାଲିଛି ତାହା ସମାଜ ତଥା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ପ୍ରଭାତ କୁମାର ମହାନ୍ତି, ସମ୍ପାଦକ ସାକ୍ୟସିଂ ଷଡ଼ଙ୍ଗୀ, ପୂର୍ବତନ ସଭାପତି ଶୁଭକାନ୍ତ ସାମନ୍ତରସିଂହାର, ଅଜିତ ପାଢୀ, ବି.କେ. ପାଟ୍ଟଯୋଶୀ, ଶୁଭକାନ୍ତ ପାଢୀ, ସୁଧାକର ପତ୍ରି, ଗୀତାଞ୍ଜଳି ମହାନ୍ତି, ଆଦିତ୍ୟ ବଲ୍ଲଭ ମହାନ୍ତି ଏବଂ ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗଦେଇ ବଉଳ, ବର, ଓସ୍ତ ସମେତ ବିଭିନ୍ନ କିସମର ଫୁଲଚାରା ରୋପଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ ପଥଚାରୀମାନଙ୍କୁ ସଚେତନତାର ବାର୍ତା ବାଂଟିଥିଲେ । ଶେଷରେ କ୍ଲବ ତରଫରୁ ଆଗକୁ ଆହୁରି ଅନେକ ଚାରା ରୋପଣ କରାଯିବ ବୋଲି ସଭ୍ୟ ଦୁର୍ଯ୍ୟୋଧନ ପଣ୍ଡା ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *