Sunday , June 20 2021
Home / ସ୍ୱାସ୍ଥ୍ୟ / ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଭୁବନ ୨୩/୧୨/୨୦୨୦ ( ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ରୋଗୀ କଲ୍ୟାଣ ସମିତି ବେଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ  ଙ୍କ ଭୁବନ ପ୍ରତିନିଧି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଆକାଉଟାଣ୍ଟ ଦିଲ୍ଲୀପ କୁମାର ଦାସ ପୂର୍ବ ଅଧିବେଶନର ବିବରଣୀ ପାଠ କରିବା ସହିତ ମେଡିକାଲର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ଓପିଡି ବିଲଡିଂ ମରାମତି,ସାଇକେଲ ଷ୍ଟାଣ୍ଡ ନିର୍ମାଣ,ପ୍ରବେଶ ପଥର ମୁଖ୍ୟ ଗେଟ ମରାମତି,ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ ପ୍ରାଚୀର ଉଚ୍ଚା କରାଯିବା, ପଛ ପାଶ୍ୱର୍ରେ ବାଲି ଫିଲିଂ କରାଯିବା,ଓପିଡି ରେ ମରାମତି କରାଯାଇ ଏସି ଲଗାଯିବା,ଏକ୍ସ ରେ ରୁମ,ଲେବର ରୁମ ରେ ଏସି ଲଗାଯିବା,ଡିଜିଟାଲ କ୍ସ ରେ ମେସିନ,କମ୍ପ୍ୟୁଟର,ସ୍କାନର,ପ୍ରିଣ୍ଟର କ୍ରୟ କରାଯିବା କ୍ରୟ କରାଯିବା, ଔଷଧିୟ ଉଦ୍ୟାନ,ଶିଶୁ ଉଦ୍ୟାନ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଡାକ୍ତର ମନୋଜ କୁମାର ମହାନ୍ତି ଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *