Sunday , June 13 2021
Breaking News
Home / ସ୍ୱାସ୍ଥ୍ୟ /        ରୋଗୀ କଲ୍ୟାଣ ସମିତିର ବୈଠକ

       ରୋଗୀ କଲ୍ୟାଣ ସମିତିର ବୈଠକ

ସାଲେପୁର, ୨୪/୦୭/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା ) – ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଳା ପରିଷଦର ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ୍ କୁମାର କୁମାର ଜେନା ,ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଅକ୍ଷୟ କୁମାର ଦାଶ, ସ୍ଥାନୀୟ ସରପଂଚ ସସ୍ମିତା ସାହୁ, ଏକ୍ରାମ ରସୁଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ୱାଇଁ ,ମଣ୍ଡଳ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଉର୍ମିଳା ସାହୁ ଯୋଗଦେଇ ଏହି ସର୍ବପୁରାତନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡ଼ାକ୍ତର ରହିବା , ରାତି ସମୟରେ କର୍ମଚାରୀ ରହିବା, ଡ଼୍ରେସିଂ ରୁମ୍ ମରାମତି ସହିତ ରାଇସୁଙ୍ଗୁଡ଼ା ଠାରୁ କାଜିହାଟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଖାଲଖମା ହୋଇଥିବାରୁ ଦୈନିକ ଦୁର୍ଘଟଣାମାନ ଘଟୁଥିବାରୁ ଏହି ରାସ୍ତାର ମରାମତି ଉପରେ ଜିଲ୍ଲା ପରିଷଦ ଅ୍ମକ୍ଷା ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟମାନଙ୍କ ମ୍ମରେ ଜନସ୍ୱାସ୍ଥ୍ର‌୍ୟ ସମ୍ପ୍ରସାରଣ ଅଧିକାରିଣୀ  ସଚଳା ମହାନ୍ତି , ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ସୈାମ୍ୟରଂଜନ ପାତ୍ର, ଫାର୍ମାସିଷ୍ଟ ଅଭିମନ୍ୟୁ ନାୟକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

୫୨୩୫ କରୋନା ସଂକ୍ରମିତ ଚିହ୍ନଟ – ୪୩ ମୃତ

ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ …

Leave a Reply

Your email address will not be published. Required fields are marked *