Tuesday , August 3 2021
Breaking News
Home / ବିଶେଷ / ରେଳ ବିଭାଗର ବସ୍ତି ଉଚ୍ଛେଦ ବିଜ୍ଞପ୍ତିକୁ ବିରୋଧ

ରେଳ ବିଭାଗର ବସ୍ତି ଉଚ୍ଛେଦ ବିଜ୍ଞପ୍ତିକୁ ବିରୋଧ

ରାୟଗଡା, ୨୬/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡାଠାରେ ରେଳ ଡିଭିଜନ ପ୍ରତିଷ୍ଠା ନେଇ ମନ୍ତ୍ରାଳୟର ଘୋଷଣା ପରେ ଷ୍ଟେସନ ପରିସରରେ ରେଳ ଅଧିକୃତ ଜଗା ଉପରେ ଦୀର୍ଘଦିନ ଧରି ସ୍ଥାୟୀ ଭାବେ ରହିଥିବା ବସ୍ତିବାସିନ୍ଦାଙ୍କୁ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ସାହିଗୁଡିକୁ ଉଚ୍ଛେଦ ପାଇଁ ବିଭାଗ ବିଜ୍ଞପ୍ତି ଜାରି କରିଛି । ୨୮ତାରିଖରେ ସ୍ଥାନୀୟ ରୋୟିତ କଲୋନୀସ୍ଥିତ କୋଇଲାପଡା ଓ ଲୋକୋ କଲୋନୀ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ସକାଶେ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହାକୁ ବିରୋଧ କରି ବସ୍ତିବାସିନ୍ଦା ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପଲୋସ୍ୱାମୀ କାଡ୍ରାକାଙ୍କ ନେତୃତ୍ୱରେ ଆସି ଶୁକ୍ରବାର ଜିଲାପାଳ ପ୍ରମୋଦକୁମାର ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବସ୍ତି ଉଚ୍ଛେଦ ପୂର୍ବରୁ ପ୍ରଶାସନ ଅନ୍ୟତ୍ର ଜାଗା ନିରୂପଣ କରି ବସ୍ତିବାସିନ୍ଦାଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଆଗାମୀ ତିନି ମାସ ଯାଏଁ ସ୍ଥଗିତ ରଖିବା ପାଇଁ ବସ୍ତିବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ବସ୍ତିବାସୀଙ୍କ ସକାଶେ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନ ଖୋଜା ଚାଲିଛି । ଉପଜିଲାପାଳ ଓ ତହସିଲଦାରଙ୍କୁ ଏ ନେଇ ନିର୍ଦ୍ଧେଶ ହୋଇଛି । ତୁରନ୍ତ ଜାଗା ନିରୂପଣ କରାଯାଇ ବସ୍ତିବାସୀଙ୍କ ଜାଗା ହସ୍ତନ୍ତର କରାଯିବ ବୋଲି ଜିଲାପାଳ ପ୍ରମୋଦକୁମାର ବେହେରା ସୂଚନା ଦେଇଛନ୍ତି । ବସ୍ତିବାସୀଙ୍କ ଦାବି ଜିଲା ପ୍ରଶାସନ ନଶୁଣିଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଜଗା ସବର, ରାଜେଶ ବିଡିକା, ଚକ୍ରମାଝୀଙ୍କ ସମେତ ଜି ଭାଷ୍କର ରାଓ ଓ ଚନ୍ଦ୍ର ରାମୁ ଏବଂ ଶତାଧିକ ସଂଖ୍ୟାରେ ବସ୍ତିବାସିନ୍ଦା ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *