Thursday , June 17 2021
Home / ବିଶେଷ / ରେଳବାଇର ବେଆଇନ ଇ – ଟିକଟ କଳାବଜାରୀଙ୍କ ଉପରେ ଚଢ଼ାଉ, ୨୦ ଗିରଫ – କମ୍ପ୍ୟୁଟର ଆଦି ଜବତ

ରେଳବାଇର ବେଆଇନ ଇ – ଟିକଟ କଳାବଜାରୀଙ୍କ ଉପରେ ଚଢ଼ାଉ, ୨୦ ଗିରଫ – କମ୍ପ୍ୟୁଟର ଆଦି ଜବତ

ଭୁବନେଶ୍ୱର , ୧୩/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ରେଳବାଇ ଇ – ଟିକଟ କଳାବଜାର ସଙ୍କ୍ରାନ୍ତରେ ବହୁ ଅଭିଯୋଗ ହୋଇ ଆସୁଥିଲା । ରେଳବାଇ ଟିକଟ କାଉଂଟରରେ ଟିକଟ ମିଳୁନଥିଲା କିନ୍ତୁ ଘରୋଇ ଇ- ଟିକଟ କାଉଂଟରରେ ଅଧିକ ପଇସା ଦେଲେ ଟିକଟ ସହଜରେ ମିଳିଯାଉଥିଲା । ଘରୋଇ ଏଜେଂଟ ଗୁଡ଼ିକ ବ୍ୟାପକ ଅର୍ଥ ରୋଜଗାର କରୁଥିବାବେଳେ ରେଳବାଇ ର ଲାଭ ହେଉନଥିଲା । ଏହାକୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ନୂଆଦିଲୀସ୍ଥିତ ରେଳବାଇ ଆରପିଏଫ ଡ଼ିଜିଙ୍କ ନିର୍ଦ୍ଦେଶରେ ପୂର୍ବତଟ ରେଳବାଇ ପକ୍ଷରୁ ଅପରେସନ ଇକୋ ଥଣ୍ଡର ଆରମ୍ଭ ହୋଇଥିଲା । ଏହାର ୨ୟ ପର୍ଯ୍ୟାୟରେ ଏକ ସଙ୍ଗେ ଓଡ଼ିଶା ,ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ର ୨୦ ଟି ଷ୍ଟେସନ ରେ ଧରପକଡ଼ କରାଯାଇଥିଲା । ଏହି ଧରପକଡ଼ ରେ ଓଡ଼ିଶାର ପୁରୀ, ଭୁବନେଶ୍ୱର, ରାୟଗଡ଼ା, ସମ୍ବଲପୁର ସମେତ ଜଗଦଳପୁର , ବିଶାଖାପାଟଣା ଆଦି ୧୦ ଟି ସହରର ୨୦ ଟି ଏଜେଂଟ ଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଥିଲା । ଏଜେଂଟ ଙ୍କ କାର୍ଯ୍ୟାଳୟରୁ ୩୭୧ ଟି ଇ-ଟିକଟ ଜବତ କରାଯାଇଛି , ଯାହାର ମୂଲ୍ୟ ୫ ଲକ୍ଷ ୩୭ ହଜାର ୮୯୧ ଟଙ୍କା ହେବ । ସେହିପରି ଏଜେଂଟ ଙ୍କ କାର୍ଯ୍ୟାଳୟରୁ ୭ ଲକ୍ଷ ଟଙ୍କାର କମ୍ପ୍ୟୁଟର ଆଦି ଜବତ କରାଯାଇଛି । ଇ-ଟିକଟ କରୁଥିବା ୧୨୨ଟି ଆଇଡ଼ିକୁ ଜବତ କରାଯାଇଛି । ରେଳବାଇ ର ଅପରାଧ ତଦନ୍ତ ଶାଖା ଏହାର ତଦନ୍ତ କରୁଛି । ରେଳବାଇ ର ଧାରା ୧୪୩ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *