Wednesday , June 23 2021
Breaking News
Home / ତାଜା ଖବର / ରେମୁଣା ଅଂଚଳରୁ ଦୁଇ କୁଖ୍ୟାତ ଅପରାଧି ଗିରଫ

ରେମୁଣା ଅଂଚଳରୁ ଦୁଇ କୁଖ୍ୟାତ ଅପରାଧି ଗିରଫ

ବାଲେଶ୍ୱର ୨୯/୦୮/୨୦୧୯(ଓଡ଼ିଶା ସମାଚାର)- ଗତ ୨୬ ତାରିଖ ବିଳମ୍ବିତ ରାତିରେ ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ପଂଚାୟତ ଅଫିସ ନିକଟରୁ ପୁଲିସ ଜନୈକ କୁଖ୍ୟାତ ଅପରାଧି ଓ ତାର ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ସମରାଇପୁର ଅଂଚଳର କିଶୋର ମହାଳିକ ଓ ତାର ସହଯୋଗୀ ଜିତୁ ସିଂକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲୁହାରଡ୍, ମଦ ବୋତଲ, ତେଲେଙ୍ଗା କଟୁରୀ, ବନ୍ଧୁକ ଜବତ କରାଯାଇଛି । ଏ ବାବଦରେ ଥାନା କେସ୍ ନଂ ୧୯୧/୧୯ରେ ମାମଲା ରୁଜୁ କରି ସେମାନଙ୍କୁ ପୁଲିସ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *