Monday , June 14 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ରେନୋ ଟ୍ରାଇବର ର ବୁକିଙ୍ଗ ଅଗଷ୍ଟ ୧୭ ରୁ ଆରମ୍ଭ ହେଉଛି

ରେନୋ ଟ୍ରାଇବର ର ବୁକିଙ୍ଗ ଅଗଷ୍ଟ ୧୭ ରୁ ଆରମ୍ଭ ହେଉଛି

ରେନୋ ର ବ୍ରାଣ୍ଡ ନୂଆ, ସୁପର ସ୍ପେଶିୟସ ଓ ଅଲଟ୍ରା ମଡୁଲାର ଗେମ ଚେଞ୍ଜର ଅଗଷ୍ଟ ୨୮ ରେ ଶୁଭାରମ୍ଭ ହେବ
ଭୁବନେଶ୍ୱର , ୨୦/୦୮/୨୦୧୯(ଓଡ଼ିଶା ସମାଚାର)-ରେନୋ, ଭାରତରେ ନଂ୧ ୟୁରୋପିଆନ୍ ବ୍ରାଣ୍ଡ, ଏହାର ନୂତନ ଉପାôଦ ରେନୋ ଟ୍ରାଇବର ର ବୁକିଙ୍ଗ ଆରମ୍ଭର ଘୋଷଣା କରିଛି ଯାହାର ଶୁଭାରମ୍ଭ ଅଗଷ୍ଟ ୨୮ ରେ କରାଯିବ । ରେନୋ ଟ୍ରାଇବରକୁ ଭାରତ ଓ ଫ୍ରାନ୍ସର ରେନୋ ଟିମ ମିଳିତ ଭାବରେ ଭାରତୀୟ ମାର୍କେଟ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ କରିଛନ୍ତି । ଏହାର ଚେନ୍ନାଇରେ ଥିବା ନିର୍ମାଣ କେନ୍ଦ୍ରରେ ନୂଆ କାରର ଉତ୍ପାଦନ ଆରମ୍ଭ ହୋଇସାରିଛି ଓ କାର ସାରା ଭାରତରେ ଥିବା ୩୫୦ ରୁ ଅଧିକ ଡିଲରସିପରେ ପହଂଚୁଅଛି ।
ଅଗଷ୍ଟ ୧୭ ରୁ ରେନୋ ଟ୍ରାଇବରର ବୁକିଙ୍ଗ ଆରମ୍ଭ ହେଉଛି । ରେନୋ ଟ୍ରାଇବରକୁ ଅନଲାଇନରେ ଏଚଟିଟିପିଏସ:// ଟ୍ରାଇବର ଡ଼ଟ୍ ରେନୋଲ୍ଟ ଡ଼ଟ୍ କୋ ଡ଼ଟ୍ ଇନ୍ ବା ରେନୋର ପ୍ରାଧିକୃତ ଡିଲରସିପ ରେ ଟୋକନ ପରିମାଣ ମାତ୍ର ୧୧୦୦୦ଟଙ୍କା ପ୍ରଦାନ କରି ବୁକ କରିପାରିବେ ।
“ଗ୍ରୁପ୍ ରେନୋର ଏକ ପ୍ରମୁଖ ମାର୍କେଟ ହେଉଛି ଭାରତ । ଭାରତରେ ଏହାର ସଂପ୍ରସାରଣ କରିବା ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟ ରହିଛି ଏବଂ ଆମେ ଏହାର ବିକ୍ରୟକୁ ଆଗାମୀ ତିନି ବର୍ଷ ମଧ୍ୟରେ ୨୦୦,୦୦୦ ୟୁନିଟ୍ ରେ ପହଂଚାଇବାର ଲକ୍ଷ୍ୟ ରଖିଛୁ । ଆମର ସଂପ୍ରସାରଣ ଯୋଜନାରେ ରେନୋ ଟ୍ରାଇବର ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ଓ ସ୍ପେସ୍ ଏବଂ ମଡୁଲାରିଟି କ୍ଷେତ୍ରରେ ଏକ ନୂତନ ବେଂଚମାର୍କ ସ୍ଥାପନ କରିବ । ରେନୋ ଟ୍ରାଇବର ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଗ୍ରାହକମାନଙ୍କର ଆବଶ୍ୟକତା, ଇଂଜିନିୟରିଙ୍ଗ ଦକ୍ଷତା, ଡିପ୍ ଡିଜାଇନ୍ ଏକ୍ସପର୍ଟିଜ୍ ଓ ଦୃଢ ନିର୍ମାଣ ଦକ୍ଷତା ଆଧାରରେ ଏହାର ନିର୍ମାଣ କରାଯାଇଛି । ଏଥିସହିତ ରେନୋ ଟ୍ରାଇବରରେ ରହିଛି କଂଟେମ୍ପରାରି ଡିଜାଇନ୍, ଆଧୁନିକ ବୈଶିଷ୍ଟ୍ୟ, ଅନମ୍ୟାଚଡ ସ୍ପେସ୍, ରୁମିନେସ୍ ଓ ବ୍ୟାପକତା । ଆଜି ଏହାର ବୁକିଙ୍ଗ ଆରମ୍ଭ ହେବା ସହିତ ଆମେ ଆହୁରି ଅଧିକ ଗ୍ରାହକଙ୍କୁ ରେନୋ ପରିବାରକୁ ସ୍ୱାଗତ କରିବାକୁ ଆଶା କରୁଛୁ ” ବୋଲି ଭେଙ୍କଟରାମ ମାମିଲାପାଲେ, କଂଟ୍ରି ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର, ରେନୋ ଇଣ୍ଡିଆ ଅପରେସନସ ।
ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଛି । ଏହା କମ୍ପାକ୍ଟ, ରୁମି ଓ ମଡୁଲାର, ଭର୍ସାଟାଇଲ୍ ଯାନ, ଯେଉଁଥିରେ ୪ ମିଟର କମ୍ ଲମ୍ବ ମଧ୍ୟରୁ ୭ ଜଣ ଲୋକ ଆରାମରେ ବସି ପାରିବେ । ଭାରତୀୟ ଗ୍ରାହକମାନଙ୍କର ଆଶାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ରେନୋ ଟ୍ରାଇବର ନିଶ୍ଚିତ ଭାବରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହାର ଡିଜାଇନ୍ ଆଧୁନିକ, ସ୍ପେଶିୟସ୍ ତଥା କମ୍ପାକ୍ଟ, ଅଲ୍ଟ୍ରା ମଡୁଲାର, ଫୁଏଲ୍ – ଏଫିସିଏଂଟ, ଆକର୍ଷଣୀୟ ଇଂଟେରିୟର ତଥା ଏଥିରେ ଆହୁରି ଅନେକ ପ୍ରାକ୍ଟିକାଲ ବୈଶିଷ୍ଟ୍ୟ ରହିଛି । ଫାଇଭ୍ –ସିଟର କନଫିଗୁରେସନରେ ଏଥିରେ ଅଧିକ ବୁଚ୍ କାପାସିଟି ରହିଛି ।


ରେନୋ ସମ୍ବନ୍ଧରେ

ରେନୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରେନୋ ଏସ୍.ଏ.ଏସ୍.ଫ୍ରାନ୍ସର ଏକ ସବସିଡିଆରି ଅଟେ । ରେନୋ ଇଣ୍ଡିଆ କାର ଏହାର ନିର୍ମାଣ କେନ୍ଦ୍ର ଓରାଗାଡାମ୍ ଠାରେ ନିର୍ମାଣ କରାଯାଇଛି । ଏହାର ବାର୍ଷିକ କ୍ଷମତା ହେଉଛି ୪୮୦,୦୦୦ ୟୁନିଟ୍ । ବର୍ତମାନ ରେନୋ ଇଣ୍ଡିଆ ସାରା ଭାରତରେ ୩୫୦ଟି ସେଲ୍ସ ଓ ୨୬୪ଟି ସର୍ଭିସ୍ କେନ୍ଦ୍ର ଜରିଆରେ ଉପସ୍ଥିତ ରହିଛି । ରେନୋ ଇଣ୍ଡିଆ ଏହାର ସେବାରେ ଉତ୍କର୍ଷତା ପାଇଁ ୬୦ ରୁ ଅଧିକ ଟାଇଟଲ୍ ହାସଲ କରିଛି ତଥା ଗୋଟିଏ ବର୍ଷରେ ସର୍ବାଧିକ ପୁରସ୍କାର ଲାଭ କରିଥିବା ଅଟୋମୋଟିଭ୍ ବ୍ରାଣ୍ଡର ମାନ୍ୟତା ଲାଭ କରିଛି । ରେନୋ କ୍ୱିଡ୍ ୩୨ ଟି ପୁରସ୍କାର ଲାଭ କରିଛି ଯେଉଁଥିରେ ୧୦ ଟି କାର ଅଫ ଦି ଇୟର ପୁରସ୍କାର ଅନ୍ତର୍ଭୁକ୍ତ ଅଟେ ।

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *