Wednesday , June 23 2021
Breaking News
Home / Uncategorized / ରେନବୋ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରେନବୋ ସଂଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ସାମାଜିକ ଅନୁଷ୍ଠାନ ରେନ୍ବୋ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ଓ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମସ୍ଥାନ ପୁରୁଷୋତମପୁରଠାରେ ଅନୁଷ୍ଠିତ ହୋଇଯାଇଛି । ରେନବୋ ଅନୁଷ୍ଠାନର ସଂପାଦିକା ଦେବଜାନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ପ୍ରୀତିଲତା ଜେନା ଉଦଘାଟନ କରିଥିଲେ । ଅତିଥି ଭାବେ ବିଜୟାନନ୍ଦ ଯୁବପରିଷଦର ସଂପାଦକ ବିଶ୍ୱରଂଜନ ସାହୁ, ସୁରେନ୍ଦ୍ର ମେମୋରିଆଲ୍ ଟ୍ରଷ୍ଟର ଦେବେନ୍ଦ୍ର ନାଥ ସ୍ୱାଇଁ ଯୋଗଦେଇ ଜୀବଜଗତକୁ ବୃକ୍ଷର ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ । ରେନବୋ ଅନୁଷ୍ଠାନର ବୃକ୍ଷରୋପଣ କାର୍ଯ୍ୟଧାରାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ  ଅନୁଷ୍ଠାନର ବିକାଶ ମିଶ୍ର, ଅମିୟ ରଂଜନ ସ୍ୱାଇଁ, ସରୋଜ କୁମାର ଜେନା, ହିମାଂଶୁ ଶେଖର ସାମନ୍ତରାୟ, ସତ୍ୟରଂଜନ ଦାଶ  ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *