Tuesday , June 15 2021
Breaking News
Home / ବିଶେଷ / ରେଡକ୍ରସ ଓ ଓସାକ୍ସ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ରେଡକ୍ରସ ଓ ଓସାକ୍ସ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ଅନୁଚିନ୍ତା ; ଏଚ୍.ଆଇ.ଭି ସଂପର୍କରେ ଶିକ୍ଷାପ୍ରାପ୍ତ କରିବା

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ଓ ଓଡିଶା ରାଜ୍ୟ ଏଡସ୍ ନିରାକରଣ ସମିତି ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୁବ ଦିବସ ସା୍ଥନୀୟ ନିଳାଚଳ ପଲିଟେକନିକ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଅଛି । ରାଜ୍ୟରେ ଯୁବ ଗୋଷ୍ଠିଙ୍କୁ ଏଚ.ଆଇ.ଭି / ଏଡସ୍ ସଂକ୍ରମଣ ଅବଗତ କରେଇ କିପରି ସେମାନେ ଶାରିରୀକ ସୁସ୍ଥତା ପ୍ରତି ଯତ୍ନବାନ ହେବେ ତାହା ଉପରେ ଆଲୋକପାତ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଜାତିସଂଘ ୨୦୩୦ ସୁଦ୍ଧା ଏଚ୍ .ଆଇ.ଭି / ଏଡସ୍ କୁ ସମାପ୍ତ କରିବା ଦିଗରେ ଏହା ନିଶ୍ଚୟ ସହାୟକ ହେବ । ଏହି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରେଡକ୍ରସ ସବୁ ମହାବିଦ୍ୟାଳୟ ଓ ବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତାମାନଙ୍କ ଦ୍ୱାରା କିପରି ଯୁବ ଗୋଷ୍ଠିର ଶାରିରୀକ, ମାନସିକ ଓ ବୈାଦ୍ଧିକ ବିକଶିତ ହୋଇପାରିବ ସେ ଦିଗରେ ଆଲୋକପାତ କରାଯାଇଥିଲା ।

ଏହି ଅବସରରେ ସାଧାରଣ ସଭା କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଡ. ବି.କେ. ବ୍ରହ୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ଯୁବାବସ୍ତା ବ୍ରହ୍ମଶ୍ଚର୍ଯ୍ୟ ପାଳନ ହିଁଏଚ୍.ଆଇ.ଭି ସଂକ୍ରମଣର ମହୈ÷ାଷଧି (ପ୍ରତିରୋଧକ) । ଏଡସ୍ ସଂକ୍ରାନ୍ତରେ ଜ୍ଞାନ ପ୍ରାପ୍ତିହିଁ ମୁଖ୍ୟ ଆୟୁଧ ।

ଅନ୍ୟତମ ଅତିଥିଭାବେ ରକ୍ତ ସୁରକ୍ଷା ଓ ଏସ୍.ବି.ଟି.ସିର ନିର୍ଦ୍ଧେଶକ ଡ. ମାନସ କୁମାର ସାମନ୍ତରାଏ, ବ୍ୟକ୍ତବ୍ୟ ରଖିଥିଲେ ଯେ ଏଚ୍.ଆଇ.ଭ ି/ ଏଡସ୍କୁ ଜାଣିଲେ ହିଁ ଜିଣି ହେବ । ରୋଗୀକୁ ନୁହେଁ ବରଂ ରୋଗକୁ ଘୃଣାକର । ସଚେତନ ହେଲେ ହିଁ ଏହି ରୋଗକୁ ରୋକିବାରେ ସମର୍ଥ ହେବ ।

ସମ୍ମାନୀତ ଅତିଥିଭାବେ ଓସାକ୍ସ ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଡ. ରାମଚନ୍ଦ୍ର ରାଉତ ତାଙ୍କ ଅଭିଭାଷଣରେ କହିଲେ ଏଚ୍.ଆଇ.ଭି/ ଏଡସ୍ ଏକ ଶୀତଳ ନିଆଁ ଯାହା କୋମଳ ଜୀବନକୁ ଧିରେ ଧିରେ ଜାଳି ପୋଡି ଧ୍ୱଂସ କରିଦିଏ । ସଂକ୍ରମିତ ଲୋକ ଠାରୁ ଅସଂକ୍ରମିତ ବ୍ୟକ୍ତି ସର୍ବାଗ୍ରେ ଏ ସଂକ୍ରାନ୍ତରେ ଜ୍ଞାନ ପ୍ରାପ୍ତ କଲେ ୨୦୩୦ ସୁଦ୍ଧା ବିଶ୍ୱରୁ ଏଡସ୍କୁ ଦୁରେଇ ଦେଇପାରିବା ।

ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ ତାଙ୍କ ଅଭିଭାଷଣରେ ଯୁବ ଗୋଷ୍ଠି ଚାହିଁଲେ କେବଳ ଏଡସ୍ ସଂକ୍ରମଣ ଶୂନ୍ୟ ହୋଇପାରିବ , କେବଳ ନୁହେଁ ବରଂ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ହୋଇପାରିବ ।

ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ରେଡକ୍ରସର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏଚ୍.ଆଇ.ଭି / ଏଡସ୍ ସଂପର୍କିତ ତର୍କ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ତତ୍ ସହିତ ଏହି କାର୍ଯ୍ୟକ୍ରମରେ ଓସାକ୍ସର ବହୁ କର୍ମଚାରୀବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟର ପରାମର୍ଶଦାତା ଓ ଯୁବ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।

ଯୁବ ରେଡକ୍ରସ ପରାମର୍ଶଦାତା ବି ଗୋବିନ୍ଦ ରାଓ, ଧନ୍ୟବାଦ ଅର୍ପଣ କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଡ. ସୁଶିଲ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *