Thursday , June 17 2021
Breaking News
Home / କୃଷି / ରୂପେ କାର୍ଡ ସଚେତନତା ଶିବିର

ରୂପେ କାର୍ଡ ସଚେତନତା ଶିବିର

କେନ୍ଦ୍ରାପଡା, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ପ୍ରାଥମିକ କୃଷି ସମବାୟ ସମିତିରେ ରୂପେ କାର୍ଡ ଓ ଡିଜିଟାଲ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ନରହରୀ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସୋସାଇଟିର ଉପସଭାପତି ଗୀତାଞ୍ଜଳି ଦାସ, ନାବାର୍ଡ ଅଧିକାରୀ ଅଂଶୁମାନ ମିଶ୍ର, ସିସିବିର କେନ୍ଦ୍ରାପଡା ଶାଖା ପରିଚାଳକ ରବୀନ୍ଦ୍ର କୁମାର ବିଶ୍ୱାଳ, ଏଟିଏମ୍ ସଂଯୋଜକ ବିଶ୍ୱପ୍ରକାଶ ସାମଲ ପ୍ରମୁଖ ଗ୍ରାମାଂଚଳର ଲୋକଙ୍କ ପାଇଁ ଡିଜିଟାଲ୍ ମାଧ୍ୟମରେ ବ୍ୟାଙ୍କର ଟଙ୍କା କାରବାର ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ ଆଲୋଚନା କରାଯାଇଥିଲା । ରୂପେ କାର୍ଡ ବ୍ୟବହାର କରି ସଂଚୟ ଖାତାର ସଂପୂର୍ଣ୍ଣ ବିବରଣୀ, ସ୍ୱାସ୍ଥ୍ୟ ବୀମା ସଂପର୍କରେ ବିବରଣୀ ପାଇପାରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ସମିତିର ସଂପାଦକ ଭ୍ରମର ବର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- …

Leave a Reply

Your email address will not be published. Required fields are marked *