Sunday , June 13 2021
Breaking News
Home / ବିଶେଷ / ରୀରାମ ମନ୍ଦିର ନିର୍ମାଣାର୍ଥେ  ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ରୀରାମ ମନ୍ଦିର ନିର୍ମାଣାର୍ଥେ  ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

କଟକ, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)-  ବହୁ ପ୍ରତୀକ୍ଷିତ  ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶମୌଜ଼ାର ଛଅଗୋଟି ପଂଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ ଅଭିଯାନ ଶୁଭାରମ୍ଭ ହୋଇଅଛି । ସର୍ବ ପ୍ରଥମେ ବ୍ରହ୍ମପୁର ପଂଚାୟତର ଶ୍ରୀରାମ ଭିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଓ ସଂକୀର୍ତ୍ତନ ମଣ୍ଡଳୀ ଵର୍ଗ ନିଧି ସଂଗ୍ରହ କରିଥିବାବେଳେ ସର୍ବ ପ୍ରଥମେ ଗ୍ରାମର ବିଦ୍ୱାନ ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଏକ ହଜାର ମୁଦ୍ରାର ନିଧି ସମର୍ପଣ କରିଥିଲେ । ଏହି ମହତ ଧାର୍ମିକ କାର୍ଯ୍ୟରେ  ରାଜକିଶୋର ଦାଶ,ସତ୍ୟନାରାୟଣ ମିଶ୍ର,ଦୀପକ ଆଚାର୍ଯ୍ୟ,ତାପସ ଆଚାର୍ଯ୍ୟ, ସୁବ୍ରତ ପଣ୍ଡା,ଭବାନୀ ଶଙ୍କର କର,ପୃଥ୍ୱୀରାଜ ପଣ୍ଡା,ଆନନ୍ଦ ବେହେରା,ନିରଂଜନ ଆଚାର୍ଯ୍ୟ,ବଳରାମ ଦୀକ୍ଷିତ,ପ୍ରଶାନ୍ତ ସାହୁ,କରୁଣା ଦାଶ,ଜିତୁନା ଦାଶ,ପ୍ରସନ୍ନ ଗୋଛାୟତ,ଶଙ୍କର ବେହେରା,ଶିବା ଦାଶ,ସ୍ୱାଧୀନ ଦେବତା ପ୍ରମୁଖ ଶ୍ରଦ୍ଧାଳୁ ନିଧି ପ୍ରଦାନ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *