Friday , June 18 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ରିଫାଇନାରୀକୁ ପିଆରଏସଆଇ ଜାତୀୟ ପୁରସ୍କାର

ରିଫାଇନାରୀକୁ ପିଆରଏସଆଇ ଜାତୀୟ ପୁରସ୍କାର

ପାରାଦୀପ,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପ ରିଫାଇନାରୀକୁ କୋଭିଡ୍-୧୯ ପରିସ୍ଥିତିରେ ଶିଳ୍ପ ଦାୟିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ(ପିଆରଏସଆଇ) ଜାତୀୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଗତ ଫେବୃଆରୀ ୨୧ତାରିଖରେ ଆୟୋଜିତ ପୁରସ୍କାର ବିତରର ଉସôବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶାଙ୍କ, ଉତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ, ଆନ୍ତର୍ଜ୍ୟାତୀୟ ପିଆରଏସଆଇ ସଂଘ ସଭାପତି ପି.ବୋର ମାନସ୍ ଓ ଜାତୀୟ ସଭାପତି ଡଃ ଅଜିତ୍ ପାଠକଙ୍କ ଉପସ୍ଥିତି ପାରାଦୀପ ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଧେଶକ ଟି.ଡି.ଭି.ଏସ୍ ଗୋପାଳ କୃଷ୍ଣ ଏହି ପୁରସ୍କାର ଗ୍ରହଣ କରିଥିଲେ । ସୁଚନା ଥାଉକି, ପିଆରଏସଆଇ ଜାତୀୟ ପୁରସ୍କାର ହେଉଛି ଜନ ସମ୍ପର୍କ ଏବଂ ଯୋଗାଯୋଗ ପରିଚାଳନା କ୍ଷେତ୍ରରେ ମନ୍ୟତା ପ୍ରାପ୍ତ ସଫଳତାର ଏକ ସ୍ୱୀକୃତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *