Wednesday , June 16 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ରିଜର୍ଭ ବ୍ୟାଙ୍କ ଇଡି ପଦରେ ଓଡ଼ିଆ

ରିଜର୍ଭ ବ୍ୟାଙ୍କ ଇଡି ପଦରେ ଓଡ଼ିଆ

 

ଭୁବନେଶ୍ୱର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ଡକ୍ଟର ରବି ନାରାୟଣ ମିଶ୍ରଙ୍କୁ ପଦୋନ୍ନତି ମିଳିଛି । ପୂର୍ବରୁ ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଡକ୍ଟର ମିଶ୍ରଙ୍କୁ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିଦ୍ଦେର୍ଶକ (ଇଡି) ଭାବେ ପଦୋନ୍ନତି ଦିଆଯାଇଛି । ସେ ଏନ୍ବିଏଫ୍ସି ଏବଂ କୋଅପ୍ରେଟିଭ୍ ବ୍ୟାଙ୍କର ସୁରଭିଜନ କାର୍ଯ୍ୟ ସମ୍ଭାଳିବେ  । ରୋଜମେରି ସେବାଷ୍ଟିଆନ୍ଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଆର୍ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିଲା । ଡକ୍ଟର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ସେ ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ସହ, ମୁମ୍ବାଇ ଏବଂ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ବିଭିନ୍ନ ଡିଗ୍ରୀ ହାସଲ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *