Friday , June 18 2021
Breaking News
Home / ବିଶେଷ / ରାଢ଼ଙ୍ଗ ପଂଚାୟତବାସୀଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଢ଼ଙ୍ଗ ପଂଚାୟତବାସୀଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

୍ତାରପୁର,୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରାଢ଼ଙ୍ଗ ପଂଚାୟତରେ ଗତ ୧୫ ତାରିଖରେ ହୋଇଥିବା ଗ୍ରାମ ସଭା ଓ ଏହାର ଠିକ୍ ପରଦିନ ପଂଚାୟତ କାର୍ଯ୍ୟାଳୟରେ ତାଲାପକାଯିବା ଘଟଣାକୁ ବିରୋଧ କରି ଦୋଷିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପୂର୍ବତନ ସରପଂଚ ଦେବୀପ୍ରସାଦ ମହାରଣାଙ୍କ ଅଭିଯୋଗ ଅନୁସାରେ ଗତ ୧୫ ତାରିଖ ପତାକା ଉତୋଳନ ପରେ ଗ୍ରାମସଭା ହେବା ପାଇଁ ଡ଼େଙ୍ଗୁରା ଦିଆଯାଇଥିଲା । ପଂଚାୟତର ଇଓ ଦିନ ୧୦ ଟାରେ ଅଫିସ ବନ୍ଦ କରି ଚାଲିଯିବା ଓ ଜିଲାପାଳଙ୍କୁ ଅଭିଯୋଗ କଲାପରେ ସେ ପୁନର୍ବାର ଆସି ଅଫିସ ଖୋଲିଥିଲେ । ଯଦ୍ୱାରା ପଂଚାୟତବାସୀ ଅଫିସ ବନ୍ଦ ଥିବା ଦେଖି ଚାଲିଯିବାରୁ ବିଭିନ୍ନ ପ୍ରସ୍ତାବ ଗ୍ରାମସଭାରେ ଲିପିବଦ୍ଧ ହୋଇପାରିଲାନାହିଁ । ସେହିପରି ଅଗଷ୍ଟ ୧୬ ତାରିଖରେ ଜଣେ ବ୍ୟକ୍ତି ପଂଚାୟତ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ ଟାରୁ ତାଲା ପକାଇ ଦେଇଥିଲେ । ସାଧାରଣ ଜନତା କାର୍ଯ୍ୟାଳୟକ୍ୁ ଆସି ଫେରିବା ପରେ ଏ ସମ୍ପର୍କରେ ପୋଲିସ କୁ ଖବର ଦିଆଯାଇଥିଲା । ବିଡ଼ିଓ ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ବି ସମ୍ପୃକ୍ତ ପଂଚାୟତର ଇଓ କିମ୍ବା ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ କିମ୍ବା ଥାନାରେ ଏତଲା ଦିଆଗଲା ନାହିଁ । ସେହିପରି ସରକାରୀ ଗୃହ ତାଲିକା ପ୍ରସ୍ତୁତିରେ ପଂଚାୟତ ଜିଆରଏସ ଙ୍କ ଚଂଚକତା ଓ ନିଜ ପରିବାର ଲୋକଙ୍କ ପାଇଁ ଅନେକ ସରକାରୀ ସୁବିଧା ନେଇଥିବା ସମ୍ପର୍କରେ ଅଭିଯୋଗ ଆଣିଥିଲେ । ରାଢ଼ଙ୍ଗ ପଂଚାୟତରେ ଅଗଣତାନ୍ତ୍ରିକଭାବେ ସରକାରୀ କର୍ମଚାରୀଙ୍କୁ ହାତ କରି ପୋଖରୀ କାର୍ଯ୍ୟ ଠାରୁ ନିଜ ଘରକୁ କଂକ୍ରିଟ ରାସ୍ତା କରାଇନେଉଥିବାବେଳେ ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ବିଡ଼ିଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ପ୍ରତାପ ନାୟକ ଓ ଚନ୍ଦ୍ରଶେଖର ରାଉତ ଅଭିଯୋଗ କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯାଏ ଧାରଣା ଜାରି ରହିବ ବୋଲି ଧାରଣାକାରୀ ଜିଦ ରେ ଅଟଳ ଥିଲେ । ବିଡ଼ିଓ ପଂଚାନନ ପଟାୟତ ଅଭିଯୋଗକାରୀଙ୍କୁ ନିଜ ପ୍ରକୋଷ୍ଠକୁ ଡ଼ାକି ଆଲୋଚନା କରିବା , ଆସନ୍ତା ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ଗ୍ରାମ ସଭା ସମ୍ପର୍କରେ ତଦନ୍ତ ଓ ପଂଚାୟତ କାର୍ଯର୍୍ୟାଳୟରେ ତାଲା ପକାଇଥିବା ବ୍ୟକ୍ତିଙ୍କୁ ବିରୁଦ୍ଧରେ ଦୃଷ୍ପାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଓ ସମ୍ପୃକ୍ତ ପଂଚାୟତକୁ ଏକ ଟିମ ପଠାଇ ବିଭିନ୍ନ କାର୍ଯ୍ୟ ଓ ସରକାରୀ ଗୃହର ସଠିକ ଯାଂଚ କରିବା ସହିତ ଇଓ ଓ ଜିଆରଏସ ଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *