Tuesday , June 15 2021
Breaking News
Home / ବିଶେଷ / ରାସ୍ତା ଓ ଗୋଚର ଜମିରେ କେନାଲ ଖୋଳାଯାଉଥିବା ଓ ଗୋଚର ଜମି ଜବର ଦଖଲ ଅଭିଯୋଗ

ରାସ୍ତା ଓ ଗୋଚର ଜମିରେ କେନାଲ ଖୋଳାଯାଉଥିବା ଓ ଗୋଚର ଜମି ଜବର ଦଖଲ ଅଭିଯୋଗ

ନିଶ୍ଚିନ୍ତକୋଇଲି, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ଯୋଜନାରେ ଖୋଳାଯାଇଥିବା ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାଶ୍ୱର୍ ମୁଖ୍ୟ କେନାଲରେ ଆଜି ପର୍ଯ୍ୟନ୍ତ ପାଣି ଚାଷୀର ଖେତକୁ ମାଡ଼ି ପାରିନି । ହେଲେ ଶାଖାକେନାଲ ଖୋଳିବା, ପୋଲ ନିର୍ମାଣ କରିବା ଭଳି କାର୍ଯ୍ୟ ଏବେ ସୁଦ୍ଧା ଚାଲିଛି । ଇତି ମଧ୍ୟରେ ଦୁଇ ଦଶନ୍ଧି ସମୟ ଅତିକ୍ରାନ୍ତ ହୋଇସାରିଲାଣି । କେନାଲ ଖୋଳା ପାଇଁ ଜମି ଅଧିଗ୍ରହଣ କରାଯାଇଥିବା ଜମି ବାବଦ ଜମି ମାଲିକକୁ କ୍ଷତି ପୁରଣ ଦିଆଯାଇଥିଲେ ମଧ୍ୟ ଦୁଇ ଦଶନ୍ଧି ବିତିଯାଇଥିବାରୁ କେନାଲ ଖୋଳା ହେଉନଥିବାରୁ ଅଧିଗ୍ରହଣ କରାଯାଇଥିବା ଜମିରେ କେଉଁଠି  ପୂର୍ବ ଜମି ମାଲିକ ଘର ତୋଳି ଛିଡ଼ା କରିସାରିଲାଣିତ ଆଉ କେଉଁଠି ଜମି ର ମାଲିକାନା ସଂଶୋଧନ ହୋଇନଥିବାରୁ ପୂର୍ବ ଜମି ମାଲିକକୁ ଜଳକର ପାଇଁ ନୋଟିସ ଆସୁଛି । ଏବେ ଆଉ ଅନ୍ୟ ଏକ ପ୍ରକାର ଅଭିଯୋଗ ଆସିଛି କିଶନନଗର ତହସିଲ ଅନ୍ତର୍ଗତ ଦୁଲୁପୁର ଗାଁ ରୁ । କେନାଲ ପାଇଁ ଜମି ଅଧିଗ୍ରହଣ କରାଯାଇଥିବା ପ୍ଲଟ୍ ରେ କେନାଲ ଖୋଳା କାର୍ଯ୍ୟ ନହୋଇ ସର୍ବସାଧାରଣଙ୍କ ପାଇଁ ଥିବା ସରକାରୀ ରାସ୍ତା ଓ ଗୋଚର ଜମିରେ କେନାଲ ଖୋଳା ଚାଲିଛି । ଏ ସମ୍ପର୍କରେ ଗ୍ରାମବାସୀମାନେ ସମ୍ପୃକ୍ତ ଠିକାଦାରଙ୍କୁ ବାରଣ କରିବାରୁ ସେ ଗ୍ରାମବାସୀଙ୍କ ବାରଣକୁ ମାନୁନାହାନ୍ତି  ବରଂ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଅର୍ଦ୍ଧଶତାଧିକ ଗ୍ରାମବାସୀ କିଶନନଗର ତହସିଲଦାର, କଟକ ଜିଲାପାଳ ଓ ବିଭାଗୀୟ କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।  ସେହିପରି ବାଲି ମାଫିଆ ମାନେ ଏହି ଗ୍ରାମର ଖାତା ନଂ ୫୮୧, ପ୍ଲଟ ନଂ ୧୦୦୮ ଗୋଚର ଜମିକୁ ଜବର ଦଖଲ କରି ପ୍ରାୟ ୨୦୦ ଟ୍ରିପ୍ ବାଲି  ଜମା କରି କଳା ବ୍ୟବସାୟ ଚଳାଇଛନ୍ତି । ଫଳରେ  ଗ୍ରାମର ଗାଈ ଗୋରୁ ଚରିପାରୁନାହାନ୍ତି । ଏ ସମ୍ପର୍କରେ ମଧ୍ୟ ତହସିଲ କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ତହସିଲଦାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉପରୋକ୍ତ ବିଷୟ ପ୍ରତି କଟକ ଜିଲାପାଳ ଓ କେନ୍ଦ୍ରାଂଚଳ ଆରଡ଼ିସି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର                                                  ଗୋଚର ଜମି ଜବର ଦଖଲ 

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *