Tuesday , June 15 2021
Breaking News
Home / ବିଶେଷ / ରାସ୍ତା ପାଶ୍ୱର୍ରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

ରାସ୍ତା ପାଶ୍ୱର୍ରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ

ମହାକାଳପଡା, ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ର ମିଳିତ ଉଦ୍ୟମରେ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଦୁଇଟି ପଂଚାୟତର ୫ ଗୋଟି ଗ୍ରାମର ଜନ ଗହଳି ରହୁଥିବା ସ୍ଥାନମାନଙ୍କରେ ରାତ୍ରିରେ ଆଲୋକ ବବ୍ୟସ୍ଥା କରାଯିବା ପାଇଁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ସ୍ଥାପନା କରାଯାଇଛି । ବଉଳକଣୀ ପଂଚାୟତର ବେତବେଲାରୀ ଗ୍ରାମର ମନ୍ଦିର ପାଶ୍ୱର୍ରେ ଏକ ଷ୍ଟ୍ରଟ୍ ଲାଇଟ ସ୍ଥାପନା କରାଯାଇଛି । ସେହିପରି ଏହି ପଂଚାୟତ ଅନ୍ତର୍ଗତ ଅରୁଣନଗର ଗ୍ରାମର ଗାଁ ମୁଣ୍ଡ ଜନଗହଳି ରହୁଥିବା ସ୍ଥ୍ାନରେ ଅନ୍ୟ ଏକ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା କରାଯାଇଛି । ଏହି ପଂଚାୟତର ଲୁଣାଘେରୀ ଗ୍ରାମର ପ୍ରାଥମିକ ସ୍କୁଲ ନିକଟରେ ମଧ୍ୟ ଅନ୍ୟ ଏକ ଷ୍ଟ୍ରଟ୍ ଲାଇଟ୍ ସ୍ଥାପନା କରାଯାଇଛି । ପ୍ରକାଶ ଯେ, ଏହି ଗ୍ରାମ ଗୁଡିକରେ ରାତ୍ରି ସମୟରେ ଅଦ୍ଧାର ରହୁଥିବାରୁ ଗ୍ରାମର ଲୋକମାନଙ୍କ ଅନୁରୋଧ କ୍ରମେ ଇଫକୋ-ଆଇଏଫଏଫଡିସ ପକ୍ଷରୁ ଏହି ସବୁ ଗ୍ରାମର ଲୋକମାନଙ୍କ ସୁବିଧା ପାଇଁ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା କରାଯାଇଛି । ସେହିପରି ବାରଡାଙ୍ଗ ପଂଚାୟତର ନନ୍ତାର ଗ୍ରାମର ଦଳିତ ସାହରେ ଥିବା ମନ୍ଦିର ନିକଟରେ ଇଫକୋ-ଆଇଏଫଏଫଡିସ ପକ୍ଷରୁ ଷ୍ଟ୍ରୀଟ୍ ଲାଇଟ୍ ସ୍ଥାପନା କରାଯାଇଛି । ଏହି ପଂଚାୟତର ପାରେଶ୍ୱରପୁର ଛକ ସ୍ଥାନରେ ମଧ୍ୟ ଅନ୍ୟ ଏକ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା କରାଯାଇଛି । ଏହି ସବୁଷ୍ଟ୍ରଟ୍ ଲାଇଟ୍ ଗୁଡିକ ସୋଲାର ଷ୍ଟ୍ରିଟ ଲାଇଟ । ଆଇଏଫଏଫଡିସିର ରାଜ୍ୟ ସଂଯୋଜକ ତନବିର ନାସିର ଖାଁନ୍ ଙ୍କ ତତ୍ୱାବଧାନରେ ଆଇଏଫଏଫଡିସିର କେନ୍ଦ୍ରପଡା କ୍ଷେତ୍ରାଧିକାରୀ ଗୀତାଞ୍ଜଳି ପାଇଟାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *