Monday , June 14 2021
Breaking News
Home / ବିଶେଷ / ରାସ୍ତାକଡ଼ରେ ପ୍ରସବ କଲେ ଗର୍ଭବତୀ ମହିଳା

ରାସ୍ତାକଡ଼ରେ ପ୍ରସବ କଲେ ଗର୍ଭବତୀ ମହିଳା

ବ୍ରହ୍ମପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ସରକାର ଯେତେ ପ୍ରକାର ଯୋଜନା କଲେ ମଧ୍ୟ ତାହାର ସଫଳ ରୂପାୟନ ହେଉନାହିଁ ବୋଲି ପୁଣି ପ୍ରମାଣିତ ହୋଇଛି । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସବୁ ପ୍ରକାର ଯୋଜନା ରହିଥିଲେ ମଧ୍ୟ ଜଣେ ଗର୍ଭବତୀ ମହିଳା କୌଣସି ସୁବିଧା ନପାଇ ରାସ୍ତା ଉପରେ ପ୍ରସବ କରିଥିବା ଘଟଣା ମାନବିକତା ଉପରେ କୁଠାରାଘାତ ସଦୃଶ ହୋଇଛି । ବୈଦ୍ୟନାଥପୁର ଥାନାଠାରୁ ମାତ୍ର ଶହେ ମିଟର ଦୂର କୋର୍ଟପେଟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରକାଶ ଯେ ପାତ୍ରପୁର ନିକଟସ୍ଥ ଜୟନ୍ତୀପୁର ଗ୍ରାମର କେ.ପାର୍ବତୀ ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ସେ ମେଡିକାଲକୁ ପୂର୍ବରୁ ଆସି ଡାକ୍ତରଙ୍କ ସହ ପରାମର୍ଶ କରି ଯାଇଥିଲେ । ଶୁକ୍ରବାର ସ୍କାନିଂ କରିବା ପାଇଁ ସେ ଏକୁଟିଆ ପାତ୍ରପୁରରୁ ଏକ ବସ୍ ଯୋଗେ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡଙ୍କୁ ଆସିଥିଲେ । ସେଠାରୁ ଏକ ଅଟୋରେ ମେଡିକାଲ ଯାଉଥିବା ବେଳେ କୋର୍ଟପେଟା ଛକରେ ପ୍ରବଳ ବେଦନା ଆସିବା ଯୋଗୁଁ ସେ ଚିକ୍ରାର କରିଥିଲେ । ମହିଳାଙ୍କୁ ଅଟୋବାଲା ତୁରନ୍ତ ସେଠାରେ ଓହ୍ଲାଇବାକୁ କହିଥିଲା । ଗର୍ଭବତୀ ଜଣକ ଅଟୋରୁ ଓହ୍ଲାଇବା ପରେ ପ୍ରସବ ବେଦନାରେ ରାସ୍ତା କଡ଼ରେ ଶୋଇ ଛଟପଟ ହେଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ କେହି ଆସିନଥିଲେ । ରାସ୍ତା ଉପରେ ସେ ପ୍ରସବ କରିଥିଲେ । ରାସ୍ତାରେ ଯାଉଥିବା କିଛି ମହିଳା ଶାଢ଼ୀରେ ତାଙ୍କୁ ଘୋଡ଼ାଇ ରଖିଥିଲେ । ପରେ ନିକଟରେ ଥିବା ଜଣେ ଡାକ୍ତର ରୋନିତ୍ ଓ ତାଙ୍କ ସହଯୋଗୀ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଡାକି ତାଙ୍କର ଚିକିସôା ବ୍ୟବସ୍ଥା କରିଥିଲେ । ରାସ୍ତା କଡ଼ରେ ଅନ୍ୟ ମହିଳାଙ୍କ ସାହାଯ୍ୟରେ ଶାଢ଼ୀ ଘେରାଇ ତାଙ୍କର ଚିକିସôା କରାଯାଇଥିଲା । ମହିଳା ଜଣକ ରାସ୍ତା କଡ଼ରେ ହିଁ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । କିଛି ସମୟ ପରେ ପୁଲିସ ମଧ୍ୟ ସେଠାରେ ପହଂଚିଥିଲା । ତୁରନ୍ତ ମହିଳା ଓ ନବଜାତ ଶିଶୁଙ୍କୁ ମେଡିକାଲକୁ ନିଆଯାଇଥିଲା । ଉଭୟ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା କୁହାଯାଇଛି । ତେବେ ମୁଖ୍ୟ କଥା ହେଲା ଦୀର୍ଘ ୪୫ ମିନଟ ଧରି ରାସ୍ତା କଡ଼ରେ ଗର୍ଭବତୀ ଛଟପଟ ହେଉଥିବା ବେଳେ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ସେଠାରେ ପହଂଚି ପାରିନଥିଲା । ସେଠାରେ ସାହାଯ୍ୟ କରିଥିବା ଡାକ୍ତରଙ୍କ ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *