Wednesday , June 16 2021
Breaking News
Home / ବିଶେଷ / ରାଷ୍ଟ୍ରିୟ ପୋଷଣ ମାସ ପାଳନ 

ରାଷ୍ଟ୍ରିୟ ପୋଷଣ ମାସ ପାଳନ 

 

ତାରପୁର,୨୩/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ମହିଳା ଓ ଶିଶୁ ବିକାଶ ପକ୍ଷରୁ  ହେସପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ରାଷ୍ଟ୍ରିୟ ପୋଷଣ ମାସ ପାଳନ କରାଯାଉଛି ।  ଏହି ଅବସରରେ ବ୍ଲକ୍ ଅଂଚଳର ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏହାର ଉଦେଶ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଯତ୍ନବାନ ହେବାପାଇଁ ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ପରାମର୍ଶ ଦେଇଛନ୍ତି ।  ଶିଶୁ , ଗର୍ଭବତୀ, ପ୍ରସୂତୀ ଓ କିଶୋରୀ ବାଳିକାଙ୍କ ପୁଷ୍ଟି ବର୍ଦ୍ଧନ ନିମନ୍ତେ ସୁଷମ ଆହାର ଭୋଜନ ପାଇଁ ସଚେତନ କରାଇବାକୁ କୁହାଯାଇଛି ।  ଯାହାଫଳରେ ଅପପୁଷ୍ଟି ରୋକାଯିବା ସହ ସ୍ୱାସ୍ଥ୍ୟାବସ୍ଥାର ଅବନତି ହେବାକୁ ଦିଆଯିବ ନାହିଁ ବୋଲି ସିଡ଼ିପିଓ ପ୍ରକାଶ କରିଥିଲେ ।  ଏଥିସହ ମା ମାନେ ଶିଶୁକୁ ପରିସ୍କାର ରଖିବା, ପ୍ରସୁତି ଓ ଗର୍ଭବତୀ ମହିଳାମାନେ ଦୈନନ୍ଦିନ ଜୀବନରେ ସଫା ସୁତୁରା ରହିବା ବିଶେଷକରି କିଶୋରୀ ବାଳିକମାନେ ଏଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅନ୍ୟପକ୍ଷରେ ବିଶୁଦ୍ଧ ପାନୀୟ ଜଳ ପିଇବା, , ପରିସ୍କାର ପୋଷାକ ପରିଧାନ କରିବା, ନିଜର ପରିବେଷକୁ ସର୍ବଦା  ଆବର୍ଜନା ମୁକ୍ତ ରଖିବା ପାଇଁ ଆହ୍ୱାନ କରାଯାଇଥିଲା । ସୁପରଭାଇଜର ସୋନାଲୀ ପ୍ରିୟଦର୍ଶିନୀ,  ଲିପ୍ସା ପ୍ରିୟଦର୍ଶିନୀ, ବିଜୟଲକ୍ଷ୍ମୀ ପଣ୍ଡା, ସଂଯୁକ୍ତା ଦାସ, ସୁବାସ ମୋହିନୀ ସାହୁ ଓ ପ୍ରମୋଦିନୀ ଦାସ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କୃତିବାସ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରଶ୍ମିତା ଦାସ ଓ ବୈଷ୍ଣବ ଚରଣ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *