Friday , June 25 2021
Breaking News
Home / ବିଶେଷ / ରାମ ଅବତାରରେ ସୁରଭାଇ

ରାମ ଅବତାରରେ ସୁରଭାଇ

ଭୁବନେଶ୍ୱର, ୧୦/୦୧/୨୦୨୧ (ଓଡ଼ିଶା ସମାଚାର)-ଅରମାନ ମୁ୍ୟଜିକ ଦ୍ୱାରା ପ୍ରସ୍ତୁତ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଧେଶନାରେ ଦ୍ୱିତୀୟ ଥର ପାଇଁ ଗୀତ ଗାଇବା ସହିତ ଅଭିନୟ କରିଛନ୍ତି ଜଟଣୀର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ । ବର୍ତମାନ ସାରା ଓଡ଼ିଶାରେ ନିଶାର ବ୍ୟବହାର ବ୍ୟାପକ ଭାବରେ ବୃଦ୍ଧି ପାଇଥିବା ବେଳେ ଯୁବସମାଜ ମାରାତ୍ମକ ନିଶା ସେବନରେ ଜଡ଼ିତ ରହୁଛନ୍ତି । ବିଶେଷକରି ଛାତ୍ରସମାଜ ନିଶା ସେବନରେ ଜଡ଼ିତ ରହିବା ଫଳରେ ସେମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି । ତେଣୁ ଛାତ୍ର ଓ ଯୁବସମାଜ କିପରି ନିଶା ସେବନରୁ ଦୂରେଇ ରହିବେ ସେଥିପାଇଁ ଏହି ଗୀତ ମାଧ୍ୟମରେ ସୁରଭାଇ ଗୀତ ଗାଇବା ସହିତ ଅଭିନୟ କରିଛନ୍ତି । ଗୀତଟି ଲେଖିଛନ୍ତି ତପୁ ନାୟକ । ପ୍ରଯୋଜନାରେ ଅଛନ୍ତି ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକ । ସୁରଭାଇଙ୍କ ଅଭିନୀତ ଏହି ଗୀତଟି ବରୁଣେଇ ଓ ଖୋର୍ଦ୍ଧାର ଜାନକୀ ବଲ୍ଲଭ ପାର୍କରେ ସୁଟିଂ କରାଯାଇଛି । ଗୀତଟି ଯୁବସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ନିର୍ଦ୍ଧେଶକ ଦେବଜ୍ୟୋତି ପାତ୍ର ଆଶା ରଖିଥିବା ବେଳେ ଏହା ଆଗାମୀ ଦିନରେ ମୁକ୍ତିଲାଭ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *