Wednesday , August 4 2021
Breaking News
Home / ବିଶେଷ / ରାମେଶ୍ୱର ଉତ୍କଳମଣି ଶିଶୁଶିକ୍ଷା ମନ୍ଦିର ରେ ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ପାଳିତ 

ରାମେଶ୍ୱର ଉତ୍କଳମଣି ଶିଶୁଶିକ୍ଷା ମନ୍ଦିର ରେ ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ପାଳିତ 

ସାଲେପୁର, ୧୦/୦୭/୨୦୨୧ (ଓଡିଶା ସମାଚାର  /ଅଭୟ ଜେନା )-ସାଲେପୁର ବ୍ଲକ ରାମେଶ୍ୱର ଗ୍ରାମପଞ୍ଚାୟତ ର ଦୁର୍ଗାପୁର ଗ୍ରାମରେ  ପ୍ରତିଷ୍ଠିତ ଉତ୍କଳମଣି ଶିଶୁଶିକ୍ଷା ମନ୍ଦିର   ରେ ପୁଣ୍ଣ୍ୟଶ୍ଳୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧଦିବସ ପାଳନ ହୋଇଥିଲା । ଏହି ଶ୍ରାଦ୍ଧଦିବସ ଅବସରରେ ପରିଚଳନା କମିଟି ର ନିଷ୍ପତି  ଅନୁଯାୟୀ  କରୋନା  କଟକଣା ମଧ୍ୟରେ  ବାର୍ଷିକପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା. । ଏହି  ନିରାଡ଼ମ୍ବର କାର୍ଯ୍ୟକ୍ରମ  ରେ କୃତ୍ତି ଛାତ୍ର/ଛାତ୍ରୀ ଙ୍କୁପୁରସ୍କାର  ବଣ୍ଟନ କରାଯାଇଥିଲା  । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଉଲ୍ଲାସ ଚନ୍ଦ୍ର ଜେନା ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି  ରେ ମାଲ୍ୟାର୍ପଣ କରି ଉତ୍ସବ ଉଦ୍ଦଘାଟନ କରିଥିଲେ ଏବଂ ବିଦ୍ୟାଳୟର କୃତ୍ତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିବା ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କୁ ଭାରତ ସରକାର ଭାରତରତ୍ନ ପ୍ରଦାନ କରିବା ଆବଶ୍ୟକ  ବୋଲି ମତପ୍ରକାଶ  କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା ଯୋଗ ଦେଇ ଥିଲେ । ଶୁଶ୍ରୀ ଲକ୍ଷ୍ମିପ୍ରିୟା ସାମଲ, ଅନପୂର୍ଣ୍ଣା ଦାସ,ମାନସୀ ସ୍ୱାଇଁ, ରାଜଶ୍ରୀ ଦାଶ,ସାଇସ୍ମିତା ଜେନା, ସୁଚିସ୍ମିତା ଜେନା ,ବିଜୟନୀ ଦାଶ, ଚନ୍ଦ୍ରକାନ୍ତ ସାମଲ,ବେଦ ପ୍ରକାଶ ଜେନା,ପ୍ରଜ୍ଞାପ୍ରିୟ ଦର୍ଶିନି ସ୍ୱାଇଁ ,ଅଙ୍କିତ ଦାଶ,ଦିପକ ଭୋଇ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ । ଓଡିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *