Saturday , June 19 2021
Breaking News
Home / କୃଷି / ରାମେଶ୍ଵର ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ ଚାଷୀଙ୍କୁ ଉପହାସ

ରାମେଶ୍ଵର ସମବାୟ ସମିତି ଧାନ ମଣ୍ଡି ଉଦ୍ଘାଟନ ଚାଷୀଙ୍କୁ ଉପହାସ

 

ସାଲେପୁର:୦୯/୦୧/୨୦୨୧/(ଓଡ଼ିଶା ସମାଚାର /ଅଭୟ ଜେନା) – କଟକ ଜିଲ୍ଲା ସାଲେପୁର ବ୍ଳକ ରାମେଶ୍ଵର ସମବାୟ ସମିତି ପକ୍ଷରୁ ଆଜି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଦ୍ଵାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି।

ଚାଷୀ ମାନେ ଏହି ମଣ୍ଡିରେ ଧାନ ଦେବା ପାଇଁ ବ୍ୟବସ୍ଥା ହୋଇଥିଲାବେଳେ ଅନେକ ଚାଷୀ ଟୁକନ୍ ପାଇନଥିବା ଅଭିଯୋଗ ହୋଇଛି କେତେକ ଚାଷୀ ଏବେବି ଧାନ ମଣ୍ଡି ଖୋଲିଥିବା ନେଇ ଅବଗତ ନଥିବା ସୁଚନା ମିଳିଛି। ଶାସକ ଦଳ ନେତାଙ୍କ ଦ୍ବାରା ମନୋନୀତ ଚାଷୀ ଙ୍କୁ ଟୁକନ୍ ଦିଆଯାଉଥିବା ଚର୍ଚ୍ଚା ହେଉଛି । ପ୍ରକୃତ ଚାଷୀ ମାନଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରୁନଥିବା ଚର୍ଚ୍ଚା ହେଉଛି। ଏହି ସମବାୟ ସମିତି ଉପରେ ରାମେଶ୍ଵର,ମାଳ,ନର୍ଦା ତିନୋଟି ଗ୍ରାମପଞ୍ଚାୟତ ର ଚଷୀ ନିର୍ଭର କରୁଥିବା ବେଳେ ୧୯୯୯ ମହାବାତ୍ୟା ରେ ଭାଙ୍ଗିପଡିଥିବା ଚଷୀ ମାନଙ୍କ ଏହି ଅନୁଷ୍ଠାନ କୁ କୋଡ଼ିଏ ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ଏବଂ ଉଦ୍ଘାଟନ କରିଥିବା ବିଧାୟକ ଘର ମରାମତି ଉପରେ ଦୃଷ୍ଟି ନପକାଇ ମଣ୍ଡି ଉଦ୍ଘାଟନ କରିବା ଚାଷୀ ମାନଙ୍କ ପାଇଁ ଉପହାସ ବୋଲି କଟକ ଜିଲ୍ଲା ବିଜେପି ସଭାପତି ଉଲ୍ଲାସ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- …

Leave a Reply

Your email address will not be published. Required fields are marked *