Sunday , August 1 2021
Breaking News
Home / ବିଶେଷ / ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ୍ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ୍ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ସାଲେପୁର,୧୮/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟିକା ନେବା କୁ କେନ୍ଦ୍ରକରି ଜଣେ ମହିଳା ଷ୍ଟାଫ ନର୍ସ ଙ୍କୁ ଦୁଇ ଜଣ ଅସାମାଜିକ ଯୁବକ ଅସଦାଚରଣ କରିବା ସହିତ ତାଙ୍କ ଭାଇ ଙ୍କୁ ମାଡ଼ ମାରିଥିବା ନେଇ ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି । ବିଭିନ୍ନ ମହଲରେ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। କୋଭିଡ୍ ସମୟରେ ନିଜ ଜୀବନ କୁ ଉତ୍ସର୍ଗ କରି ସେବା ଯୋଗାଉଥିବା ଷ୍ଟାଫ ନର୍ସ ଲକ୍ଷ୍ମୀ ପ୍ରିୟା ପ୍ରଧାନ ଏ ନେଇ ଜପକୁଦ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀ ପ୍ରିୟା ଓ ତାଙ୍କ ପରିବାର କୁ ଗାଳିଗୁଲଜ କରିବାସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ କରୋନା ଯୋଦ୍ଧା ଘୋଷଣା କରିଥିବା ବେଳେ ଏହା ସାଧାରଣରେ ଆଲୋଚନା ର ବିଷୟ ହୋଇଛି।ଏବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *