Tuesday , August 3 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ରାତି ପାହିଲେ ବଡ଼ ଦାଣ୍ଡକୁ ବାହୁଡ଼ି ଆସିବେ ବଡ଼ ଠାକୁର – ଆଜି ରାତିରୁ ପୁରୀ ସହରରେ କର୍ଫ୍ୟୁ

ରାତି ପାହିଲେ ବଡ଼ ଦାଣ୍ଡକୁ ବାହୁଡ଼ି ଆସିବେ ବଡ଼ ଠାକୁର – ଆଜି ରାତିରୁ ପୁରୀ ସହରରେ କର୍ଫ୍ୟୁ

ପୁରୀ, ୧୧/୦୭/୨୦୨୧(ଓଡ଼ିଶା ସମାଚାର)- ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ବଡ଼ ଦାଣ୍ଡକୁ ବାହୁଡ଼ି ଆସିବେ ବଡ଼ ଠାକୁର । ବିଶ୍ୱ ନିଅନ୍ତା ମହାବାହୁ କାଳିଆ ଠାକୁର ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ହେଲେ ଭକ୍ତର ଭଗବାନ କୋଭିଡ଼ କଟକଣା ମଧ୍ୟରେ ରତ୍ନବେଦୀ ଛାଡ଼ି ବିନା ଭକ୍ତରେ ରଥ ରେ ବସି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସକାଳ ୮ ଟା ରୁ ୧୧ ଟା ମଧ୍ୟରେ ପହଣ୍ଡି ବିଜେ କରାଯିବ । କେବଳ ସେବାୟତ ରଥଟାଣିବେ। ଆଜି ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗି ସାରିଛନ୍ତି ତିନି ରଥ। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ଶ୍ରୀଜୀଉଙ୍କ ତିନି ରଥକୁ ନିଆଯାଇଛି। ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲ। ଏହାପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା। ପୁରୀକୁ ଭକ୍ତଙ୍କ ଆସିବା ଉପରେ କଟକଣା ଲଗାଯାଇଛି। ପୂର୍ବାପେକ୍ଷା ଏଥର ସୁରକ୍ଷା ବାହିନୀ ଉପରେ ଅଧିକ ଦାୟିତ୍ବ ଦିଆଯାଇଛି । ପୋଲିସ ଡିଜି ଅଭୟ ଆଜି ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ଏବେ ପୁରୀ ସହର ସ୍ବତନ୍ତ୍ର ସୁରକ୍ଷା ବଳୟରେ । ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଶାସନକୁ ସହଯୋଗ କରିବାକୁ ପୁରୀବାସୀଙ୍କ ସମର୍ଥନ ପାଇଁ ସେ ନିବେଦନ କରିଛନ୍ତି । ରଥଯାତ୍ରାରୁ ବାହୁଡା ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ।
ପୁରୀ ସହରରେ ଆଜି ରାତି ୮ଟାରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ପୁରୀ ସହର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ । ପ୍ରାୟ ୬୫ ପ୍ଲାଟୁନ୍ ଫୋର୍ସ ସହ ସାଧା ପୋଷକଧାରୀ ପୋଲିସ୍ ନିୟୋଜିତ ହେବେ। ବଡଦାଣ୍ଡକୁ ୪ଟି ଜୋନ୍ ଓ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରା ପ୍ରସ୍ତୁତ ରହିଛି ପୋଲିସ ପ୍ରଶାସନ। ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାଂଚ କୁ କଡ଼ା କଡ଼ି କରାଯିବ। ପୁରୀରେ ଥିବା ସମସ୍ତ ହୋଟେଲ ଓ ଲଜ୍ କୁ ଖାଲି କରିଦିଆଯାଇଛି। କୌଣସି ଭକ୍ତ ଯେମିତି ନିଜ ଛାତ, ବାଲକୋନି ଓ ବଡଦାଣ୍ଡକୁ ନଆସିବେ ସେଥିପାଇଁ ନଜର ରଖାଯିବ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *