Wednesday , August 4 2021
Breaking News
Home / ବିଶେଷ / ରାଜ୍ୟରେ ୨୫୮୧ ଡାକ୍ତର ପଦ ଶୂନ୍ୟ 

ରାଜ୍ୟରେ ୨୫୮୧ ଡାକ୍ତର ପଦ ଶୂନ୍ୟ 

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ବର୍ତମାନ ମୋଟ ୨୫୮୧ଟି ଡାକ୍ତର ପଦ ଖାଲି ପଡ଼ିଛି । ତନ୍ମଧ୍ୟରୁ ମୟୂରଭଞ୍ଜରେ ସର୍ବାଧିକ ୧୯୯ଟି ପଦବୀ ଖାଲି ପଡ଼ିଥିବା ବେଳେ ଗଞ୍ଜାମରେ ୧୮୯ଟି ପଦବୀ ଖାଲି ପଡ଼ିଛି । ସେହିପରି ସୁନ୍ଦରଗଡ଼ରେ ୧୫୭ଟି, ବାଲେଶ୍ୱରରେ ୧୩୨ଟି, କୋରାପୁଟରେ ୧୧୨ଟି, କେନ୍ଦୁଝରରେ ୧୧୦ଟି, ବରଗଡ଼ରେ ୧୦୫ଟି ଓ ବଲାଙ୍ଗୀରରେ ୧୦୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ସମ୍ପର୍କରେ  ବିଧାୟକ ଭୂପିନ୍ଦର ସିଂଙ୍କର ପ୍ରଶ୍ନରେ ମନ୍ତ୍ରୀ ଉପରୋକ୍ତ ତଥ୍ୟ ଦେଇଥିବା ବେଳେ ଖାଲିଥିବା ପଦବୀଗୁଡ଼ିକୁ ଲୋକସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *