Sunday , June 20 2021
Home / ବିଶେଷ / ରାଜ୍ୟରେ ରହିଛି ୧୯ଟି କାଠ ଚୋରିପ୍ରବଣ ବନଖଣ୍ଡ

ରାଜ୍ୟରେ ରହିଛି ୧୯ଟି କାଠ ଚୋରିପ୍ରବଣ ବନଖଣ୍ଡ

ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)-  ରାଜ୍ୟରେ ଜଙ୍ଗଲ ସୁରକ୍ଷା ପାଇଁ ଗଠିତ କ୍ଷେତ୍ରୀୟ ୟୁନିଟ ମଧ୍ୟରେ ୫୦ ଗୋଟି ବନଖଣ୍ଡ, ୨୮୩ ଗୋଟି ବନାଞ୍ଚଳ, ୧୦୧୭ ଟି ସେକ୍ସନ ଏବଂ ୩୬୮୩ ଟି ବିଟ୍ ପ୍ରତିଷ୍ଠା କରାଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପରୋକ୍ତ ସୂଚନା ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ବନଖଣ୍ଡ, ବନାଞ୍ଚଳ, ସେକ୍ସନ ଓ ବିଟ୍ ଅଞ୍ଚଳରେ ଜଣେ ଜଣେ ବନଖଣ୍ଡ ଅଧିକାରୀ, ବନାଞ୍ଚଳ ଅଧିକାରୀ, ବନପାଳ ଅଧିକାରୀ ଏବଂ ବନରକ୍ଷୀ ଅଧିକାରୀଙ୍କ ତତ୍ୱାବଧାନରେ ନିୟମିତ ଭାବେ ଜଙ୍ଗଲକୁ ସୁରକ୍ଷା ଦିଆଯାଉଛି । ସେହିପରି ରାଜ୍ୟରେ ଚିହ୍ଣିତ ୧୯ ଟି କାଠ ଚୋରୀ ପ୍ରବଣ ବନ ଖଣ୍ଡରେ ୧୯ ଟି ଏପିଆର୍ ୟୁନିଟ୍ ମୁତୟନ କରାଯାଇଛି । ସେହିପରି ଜଙ୍ଗଲ ସମ୍ପଦର ଚୋରା ଚାଲାଣ ରୋକିବା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ୧୬୪ଟି ଚେକ୍ ଗେଟ ସ୍ଥାପନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ବନଖଣ୍ଡରେ ବିଭିନ୍ନ ଯୋଜନା ମାଧ୍ୟମରେ ୯୧ ଟି ପାରା ପ୍ରୋଟେକ୍ସନ ସ୍କ୍ୱାର୍ଡ, ୬୫ ଟି ପାରା ଫରେଷ୍ଟ ଷ୍ଟାଫ୍ ୟୁନିଟ, ୨୬୯ଟି ଫାୟାର ପ୍ରୋଟେକ୍ସନ ସ୍କ୍ୱାର୍ଡ ଗଠନ କରାଯାଇ ସେଥିରେ ଯଥାକ୍ରମେ ୯୧୦ ଜଣ, ୧୯୫୦ ଜଣ ଏବଂ ୨୬୯୦ ଜଣ ସ୍ଥାନୀୟ ଯୁବକଙ୍କୁ ନିୟୋଜିତ କରାଯାଇ ଜଙ୍ଗଲର ସୁରକ୍ଷା କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *