Thursday , June 24 2021
Breaking News
Home / ବିଶେଷ / ରାଜ୍ୟରେ ପୁଣି ତିନ୍ ତଲାକ୍ ଅଭିଯୋଗ

ରାଜ୍ୟରେ ପୁଣି ତିନ୍ ତଲାକ୍ ଅଭିଯୋଗ

 

ବାଲେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ତିନି ତଲାକକୁ ଅପରାଧଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ୍ଗୃହୀତ ହେବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରାପଡ଼ା ଜିଲାରେ ୧ମ ତଲାକ ଘଟଣା ଅଭିଯୋଗ ହୋଇଥିବାବେଳେ ରାଜ୍ୟରେ ପୁଣି ଆଉ ଏକ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଂଚଳରେ ତିନି ତଲାକଅଭିଯୋଗ ହୋଇଥିବା ରବିବାର ଜଣାପଡ଼ିଛି । ସୂଚନା ଅନୁସାରେ ସୁନାଧରବସାଣ ଗାଁରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ତିନି ତଲାକ୍ ଦେଇଛି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ହେବାରୁ ଗାଁ ମସଜିଦ୍ରେ ବୈଠକ ବସିଥିଲା । ଗାଁ ମୁଖିଆ ଓ ବାପା ମା’ଙ୍କ ଉପସ୍ଥିତିରେ ସ୍ୱାମୀ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । କେଇଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାପଟ୍ଟାମୁଣ୍ଡାଇ ଅଂଚଳରେ ତିନି ତଲାକ ଅଭିଯୋଗ ସାମ୍ନାକୁ ଆସିଥିଲା ଓ ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *