Wednesday , June 16 2021
Breaking News
Home / ବିଶେଷ / ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ  ପାଇଁ  ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ  ପାଇଁ  ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲାରେ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟ ସରକାର ପ୍ରଦାନ କରିଥିବା ରାଜସ୍ୱ ଲକ୍ଷ୍ୟକୁ  ପୁରଣ କରିବା ପାଇଁ  ଏକ ରାଜସ୍ୱ  ସମୀକ୍ଷା ବୈଠକ  ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର  ଓ ଅତିରିକ୍ତ ତହସିଲଦାରମାନେ ଯୋଗଦେଇ ଚଳିତ ୨୦୨୦-୨୧  ବର୍ଷର ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ । ଜିଲ୍ଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ପୁରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ  ଉପଜିଲ୍ଲାପାଳ ଶ୍ରୀ ବେହେରା ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *