Saturday , July 31 2021
Breaking News
Home / ବିଶେଷ / ରାଜପୁରୋହିତ ଗିରିଧାରୀ ପତିଙ୍କ ପରଲୋକ

ରାଜପୁରୋହିତ ଗିରିଧାରୀ ପତିଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଇଛାପୁର ଶ୍ରୀବଳଦେବଜୀଉଙ୍କ ରାଜପୁରୋହିତ ତଥା ତଳବାରଙ୍ଗ ଗ୍ରାମର ପଣ୍ଡିତ  ଗିରିଧାରୀ ପତିଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ସ୍ୱଗୃହରେ ଚିକିତ୍ସାଧିନ ଥିଲେ । ସ୍ୱର୍ଗତ ପତି ଅଭୟା ସଂସ୍କୃତ ଟୋଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହିତ ଜଣେ ବିଶିଷ୍ଟ କର୍ମକାଣ୍ଡବୀତ ଓ ଜ୍ୟୋତିଷ ବିଷାରଦ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *