Sunday , June 20 2021
Home / ବିଶେଷ / ରାଜଧାନୀ ରେ ପ୍ରଥମ କରି ଲାଗୁ  ହେଲା ‘ନୋଁ ଓଭର ଟେକିଂ’

ରାଜଧାନୀ ରେ ପ୍ରଥମ କରି ଲାଗୁ  ହେଲା ‘ନୋଁ ଓଭର ଟେକିଂ’

ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ରମଣ୍ଡପ ଛକ ଠାରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ‘ନୋଁ ଓଭର ଟେକିଂ’ ଜୋନ୍

ଭୁବନେଶ୍ୱର , ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଭବନେଶ୍ୱରରେ ପ୍ରଥମ କରି ଲାଗୁ  ହେଲା ‘ନୋଁ ଓଭର ଟେକିଂ’ । ରାଜଧାନୀର ସହରରେ ସର୍ବଦା ଭିଭିଆଇପି ମାନଙ୍କର ଗାଡ଼ି ଯାତାୟତ କରୁଛି । ତେଣୁ ରାଜଧାନୀରେ ପ୍ରଥମ କରି ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରବିନ୍ଦ୍ରମଣ୍ଡପ ଛକ ଠାରୁ ଏୟାରପୋର୍ଟ ବା ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି । ଏହି ରାସ୍ତାରେ ଲୋକ ସେବା ଭବନ, ବିଧାନ ସଭା , ଏଜି  ଅଫିସ ଆଦି ଥିବାରୁ ରବିନ୍ଦ୍ର ମଣ୍ଡପ ଛକ ଠାରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ‘ନୋଁ ଓଭର ଟେକିଂ’ଜୋନ୍ ଭାବରେ  ଲାଗୁ କରାଯାଇଛି । ପରେ ଏହାକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଲାଗୁ କରାଯିବ । ‘ନୋଁ ଓଭର ଟେକିଂ’ସହିତ ଲାଇନ ଡ଼୍ରାଇଭ ବା ଧାଡ଼ି ରେ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବ । ଏହି ବ୍ୟବସ୍ଥାକୁ ଡ଼୍ରୋନ କ୍ୟାମେରା ଦ୍ୱାରା ନଜର ରଖାଯିବ ଓ କଡ଼ା କଡ଼ିଭାବେ ପାଳନ କରାଯିବ । ଏହି ନୀୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *