Wednesday , June 16 2021
Breaking News
Home / କୃଷି / ରାଉତ ନୁଆଗାଁ ରେ ପଶୁ ଚିକିତ୍ସା ଶିବିର

ରାଉତ ନୁଆଗାଁ ରେ ପଶୁ ଚିକିତ୍ସା ଶିବିର

୍ତାରପୁର,୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସାଦେଇପୁର ପଂଚାୟତ ରାଊତ ନୁଆଗାଁ ରେ ଇଫକୋ ଓ ଆଇଏଫଡ଼ିସି ର ମିଳିତ ସହଯୋଗରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଡ଼ିଡ଼ିଓ ଗଗନ ନାୟକ ଉପସ୍ଥିତ ରହି ଗୋରୁ ଗାଈ ଛେଳି ମେଣ୍ଢାଙ୍କୁ ଚିକିତ୍ସା କରିବା ସହ ଫାଟୁଆ ରୋଗର ଟୀକାକରଣ କରିଥିଲେ । ବିଭିନ୍ନ ପ୍ରକାର ଭାଇରାଲ ରୋଗ ଗୋରୁ ଗାଈଙ୍କ କ୍ଷେତ୍ରରେ ଦେଖାଯିବା ଏବଂ ଏହା ୬ / ୭ ଦିନ ରହୁଥିବା ସମ୍ପର୍କରେ ସଚେତନ କରାଯାଇଥିଲା । ଏ ସବୁ ମାରାତ୍ମକ ନୁହେଁ ଏବଂ ଏଥିପାଇଁ ବ୍ୟସ୍ତ ନହେବାକୁ ଶ୍ରୀ ନାୟକ ଗୋପାଳକଙ୍କୁ ପରାମର୍ଶ ଦେଇଥିଲେ । ଏହି ଦୁଇ ଗୋଟି ସଂସ୍ଥାର ଅଧିକାରୀ ଟିଏନ ଖାନ ଓ ଅଜୟ କୁମାର ବଳବନ୍ତରାୟ ଉପସ୍ଥିତ ଚାଷୀଙ୍କୁ ଔଷଧ ବଂଟନ କରିଥିଲେ । ଆଇନଜିବୀ ପ୍ରତାପ ଚନ୍ଦ୍ର ମହାପାତ୍ର , ସିଦ୍ଧାର୍ଥ ତ୍ରିପାଠୀ, ରବିନ୍ଦ୍ରନାଥ ମଲିକ, ଦେବେନ୍ଦ୍ରନାଥ ମଲିକ ଶିବିର ପରିଚାଳନା କରିଥିଲେ । ଏଲଆଇ ଅଶୋକ କୁମାର ମିଶ୍ର, ନୀରୋଦ କୁମାର ସ୍ୱାଇଁ ଟୀକାକରଣ କାର୍ଯ୍ୟରେ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *