Monday , June 21 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ରପ୍ତାନୀରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ନାଲକୋ ପୁରସ୍କୃତ

ରପ୍ତାନୀରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ନାଲକୋ ପୁରସ୍କୃତ

ଭୁବନେଶ୍ୱର ,୨୫/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ଅର୍ଥନୀତି ତଥା ଦେଶର ସାମାଜିକ ଓ ଆର୍ଥôକ ବିକାଶରେ ନାଲ୍କୋ ଦ୍ୱାରା ଗ୍ରହଣ କରାଯାଇଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱିକୃତୀ ସ୍ୱରୂପ ନବରତ୍ନ ନାଲକୋକୁ ରପ୍ତାନୀ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ୨୦୧୯ ବର୍ଷ ପାଇଁ ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ପିଏସୟୁ ପୁରସ୍କାର ଉସôବ ଅବସରରେ କେନ୍ଦ୍ର ବୃହତ୍ ଉଦ୍ୟୋଗ ତଥା ଲୋକଉଦ୍ୟମ ବିଭାଗ ମନ୍ତ୍ରୀ ଶ୍ରୀ ଅରବିନ୍ଦ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୮-୧୯ ଆର୍ଥôକ ବର୍ଷରେ ନାଲକୋ ୪୭୯୨.୭୧ କୋଟି ଟଙ୍କାର ଉପ୍ତାନୀଲବ୍ଧ ଆୟ ହାସଲ କରିଥିଲା, ଯାହା କମ୍ପାନୀ ଇତିହାସରେ ସର୍ବାଧିକ ଏବଂ ୨୦୧୭-୧୮ ଆର୍ଥôକ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ । ଡିପାର୍ଟମେଂଟ୍ ଅଫ୍ ପବ୍ଲିକ୍ ଏଂଟରପ୍ରାଇଜେସ୍ (ଡିପିଇ) ପକ୍ଷରୁ ନାଲକୋକୁ ଦେଶର ତୃତୀୟ ସର୍ବାଧିକ ନିଟ୍ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟମ ଭାବେ ମାନ୍ୟତା ହାସଲ କରିଛି ।
ନାଲ୍କୋକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ବଜାର ବିଶେଷଜ୍ଞ, ବିଶ୍ଳେଷକ ଏବଂ ବିଭିନ୍ନ ଶିଳ୍ପସଂସ୍ଥାନ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ଗବେଷଣା, ପୁସ୍ତକ ପ୍ରକାଶନ ଏବଂ ପୁରସ୍କାର ଆଦି ମାଧ୍ୟମରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁଶୀଳନ କରୁଥିବା ଦେଶର ଏକ ଅଗ୍ରଣୀ ଜ୍ଞାନପ୍ରଦାନକାରୀ ଅନୁଷ୍ଠାନ ଅଟେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ …

Leave a Reply

Your email address will not be published. Required fields are marked *