Wednesday , August 4 2021
Breaking News
Home / ବିଶେଷ / ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ

ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ

ପୁରୀ,୦୩/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ କରୋନାକାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ କିମ୍ବା ବାଉକୋନିରେ ଦେଖିପାରିବେ ନାହିଁ । କେବଳ ଘରର ଝରକା ବାଟେ ଦେଖିପାରିବେ । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ସର୍ଭେକରି ଖାଲି କରାଯିବ । ପୁରୀ ସହରରେ ରଥଯାତ୍ରା ବେଳେ କର୍ଫ୍ୟୁ ବଳବତର ରହିବାସହ ରାଥଯାତ୍ରାର ପୂର୍ବ ରାତି ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ରଥଯାତ୍ରା ସହ ବାହୁଡ଼ା ଯାତ୍ରାବେଳେ ମଧ୍ୟ କଟକଣା ଲାଗୁ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଗାମୀ ଦୁଇଦିନ ମଧ୍ୟରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଆସନ୍ତା ୧୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପଡ଼ୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ଏସଓପି ଲାଗୁ କରାଯିବ । ଚଳିତ ବର୍ଷ ବିନାଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବାସେବାୟତ, ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ରଥ ଉପରକୁ କେହି କ୍ୟାମେରା ଥିବା ମୋବାଇଲ ଫୋନ୍ ନେଇପାରିବେ ନାହିଁ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *