Saturday , July 31 2021
Breaking News
Home / ବିଶେଷ / ରଥଯାତ୍ରା କେବଳ ପୁରୀରେ ହେବ: ସୁପ୍ରିମକୋର୍ଟ

ରଥଯାତ୍ରା କେବଳ ପୁରୀରେ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ ଭୁବନେଶ୍ୱର,୦୬/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଆଜି ସ୍ପଷ୍ଟ କରିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀରେ ହିଁ କରାଯିବ ୟ ରାଜ୍ୟ ଅନ୍ୟ କୌଣସି ସ୍ଥାନରେ ଏହା ହୋଇପାରିବ ନାହିଁ । ପୁରୀ ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା କେନ୍ଦ୍ରାପଡା, ଭଟଲୀ ଓ ନୀଳଗିରିରେ ରଥଯାତ୍ରା କରିବାପାଇଁ ଦାଖଲ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ବେଂଚ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟ ଆଶା ଓ ବିଶ୍ୱାସ କରୁଛନ୍ତି ଯେ ଆସନ୍ତା ବର୍ଷ ରଥାଯାତ୍ରା ପାଇଁ ମହାପ୍ରଭୁ ନିଶ୍ଚୟ ଅନୁମତି ଦେବେ । ଏହା ପୂର୍ବରୁ ବରଗଡ ଜିଲ୍ଲାର ଭଟଲି, କେନ୍ଦ୍ରାପଡା ଆଦି ସ୍ଥାନରେ ବାର୍ଷିକ ରଥଯାତ୍ରା ଅନୁଷ୍ଠିତ ପାଇଁ ହୋଇଥିବା ଆବେଦନକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଥିଲେ । ଚଳିତବର୍ଷ କେବଳ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ନିଷ୍ପତିରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନାକରି ଦେଇଥିଲେ  । ଓଡିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବାରିପଦା, ନିଳଗିରି ଏବଂ ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଲୋଡି ଆବେଦନକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *