Wednesday , June 16 2021
Breaking News
Home / ତାଜା ଖବର / ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

ରଘୁନାଥପୁର,୨୬/୦୬/୨୦୧୯ (ଓଡ଼ିଶା ସମାଚାର)- ସ୍ପେଶାଲ ଜଜ ଭିଜିଲାନ୍ସ କୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ କାର୍ଯ୍ୟାଳୟ ଓ ଏହି ବ୍ଲକ୍ ଅନ୍ତର୍ଗତ ତାରପୁର ପଂଚାୟତ ହରିଶପୁରସ୍ଥିତ ତାଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । କଟକ ଭିଜିଲାନ୍ସ ଏସପିଙ୍କ ପକ୍ଷରୁ ଢ଼େଙ୍କାନାଳ ଡ଼ିଭିଜନ୍ ଡ଼ିଏସପି ପିକେ ସିହ୍ନା ଓ ଆଇଆଇସି ପ୍ରସନ୍ନ ସାହୁଙ୍କ ସହ ୬ ଜଣିଆ ଟିମ୍ ଆଜି ଭୋର ୬ ଟାରୁ ସାମନ୍ତରାୟଙ୍କ ଶ୍ୱଶୁର ଘରେ ଚଢ଼ାଉ କରିଥିଲେ । ତେବେ ସେଠାରେ କୌଣସି ସମ୍ପତି ଠୁଳ କରିବାର ସୁରାଗ ପାଇନଥିବା ଡ଼ିଏସପି ସିହ୍ନା ପ୍ରକାଶ କରିଥିଲେ । ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଗୁଳ ଡ଼ିଭିଜନ୍ ଡ଼ିଏସପି ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଡ଼ରେଜ ଖୋଲି ବିଭିନ୍ନ କାଗଜପତ୍ର ଯାଂଚ କରିଥିଲେ । ତେବେ ତନଖି ସମୟରେ କୌଣସି ଆୟ ବହିର୍ଭୁତ ସମ୍ପତି ସମ୍ପର୍କରେ ତଥଁ ମିଳିନଥିବା ଡ଼ିଏସପି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ନିକଟରେ ଥିବା କେତେକ ଜାତୀୟକରଣ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଆଲୋଚନା କରିଥିଲେ । କଟକ ଡ଼ିଏସପି ଡ଼ିଏନ ଦାଶ ଉପସ୍ଥିତ ଥିଲେ । ଗଲାବେଳେ ଡ଼ିଏସପି ଶ୍ରୀ ପ୍ରଧାନ ବ୍ଲକ୍ କାର୍ଯ୍ୟାଳୟରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମନ୍ତରାୟଙ୍କ ସର୍ଭିସବୁକ୍ ର ଜେରକ୍ସ ଓ ତାଙ୍କ ପର୍ସନାଲ ଫାଇଲ ନେଇଯାଇଛନ୍ତି । ରାଜ ମସଲା ନାମରେ ଏକ ମସଲା କମ୍ପାନୀ ଯନ୍ତ୍ରୀ ସାମନ୍ତରାୟଙ୍କ ପତ୍ନୀଙ୍କ ତତ୍ୱାବଧାନରେ ଜଗତସିଂହପୁର ଠାରେ ଚାଲୁଅଛି । ସୂଚନାଯୋଗ୍ୟ ଯେ ଆଜି ଭିଜିଲଊାନ୍ସ ପକ୍ଷରୁ ଏକ ସଙ୍ଗେ କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ବାଲିକଣି ହଂସୁରାସ୍ଥିତ ପୈତୃକ ଘର, ଜଗତସିଂହପୁର ବାସ ଭବନ , ହରିଶପୁର ସ୍ଥିତ ଶ୍ୱଶୁର ଘର ଓ ବ୍ଲକ୍ କାର୍ଯ୍ୟାଳୟ ଏପରି ୪ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *