Friday , June 18 2021
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ରେ ୧୭ ପଦବୀ ଖାଲି, ୫ ଅଧିକାରୀ ୨ ଟି ବ୍ଲକ୍ ଦାୟିତ୍ୱରେ

ରଘୁନାଥପୁର ବ୍ଲକ୍ ରେ ୧୭ ପଦବୀ ଖାଲି, ୫ ଅଧିକାରୀ ୨ ଟି ବ୍ଲକ୍ ଦାୟିତ୍ୱରେ

ରଘୁନାଥପୁର,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ରେ ୧୭ ଗୋଟି ପଦବୀ ଖାଲି ପଡ଼ିଥିବାବେଳେ ୫ ଜଣ ଅଧିକାରୀ ୨ ଟି ବ୍ଲକ୍ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିବା ଜଣାଯାଇଛି । ଫଳରେ ସରକାରୀ କାର୍ଯ୍ୟ ସହ ଜନସାଧାରଣଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଅବଶିଷ୍ଟ କର୍ମଚାରୀଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସରକାରଙ୍କ ୫ ଟି ଚିନ୍ତାଧାରା ଏଡି ବିଫଳ ହୋଇଛି । ଏଇଇ,ପିଇଓ, ଡ଼େଭଲପମେଂଟ କ୍ଲର୍କ, ୫ ଜଣ ପିଇଓ,  ୨ ଟି ସିନିଅର କ୍ଲର୍କ, ୨ଟି ଜେଇ, ଜୁନିଅର କ୍ଳର୍କ, ଏନଆରଇଜିଏସ, ଏପିଓ, ଆକାଉଂଟ ଅଫିସର, ଡ଼ବ୍ଲୁଇଓ ଇଚ୍ଛ୍ୟାଦି ପଦବୀ ଖାଲି ପଡ଼ିଥିବାବେଳେ ଅନ୍ୟ କେତୋଟି ପଦବୀରେ କର୍ମଚାରୀମାନେ ୨ ଟି ବ୍ଲକ୍ ଦାୟିତ୍ୱରେ ରହି କାମ କରୁଛନ୍ତି ।  ବ୍ଲକ୍ ର ଜିପିଓ ଙ୍କ ଦେହ ଖରାପ ଯୋଗୁ ବ୍ଲକ୍ ପିଏ ନିଜ କାର୍ଯ୍ୟ ସହ ଜିପିଓ ଚାର୍ଜରେ ରହି ତାଙ୍କ କାର୍ଯ୍ୟ ତୁଲାଉଛନ୍ତି ।  ଏପରିକି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ୩ ଟି ଲେଖା ପଂଚାୟତ ର ଦାୟିତ୍ୱରେ ରହିଥିବାରୁ ସାଧାରଣ ଜନତା କୌଣସି କାର୍ଯ୍ୟରେ ଏମାନଙ୍କୁ ପାଇବା ଅସମ୍ଭବ ହୋଇ ପଡ଼ୁଛି । ଅଧିକାଂଶ ସମୟରେ ଏମାନଙ୍କୁ ସରକାରୀ ସର୍ଭେ କିମ୍ବା କୌଣସି ତଦନ୍ତ ରେ ପଠାଯାଉଥିବାରୁ ଠିକ ସମୟରେ ଲୋକେ ସେବା ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ଲୋକମାନେ କୌଣସି କାମରେ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ଷ୍ଟାଫ ସମସ୍ୟା ଯୋଗୁ ପଂଚାୟତ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ଥାଣୁତା ପରିଲକ୍ଷିତ ହେଉଛି । ଅବିଳମ୍ବେ ହେବାକୁ ଥିବା କାର୍ଯ୍ୟ ଦୀର୍ଘ ଦିନ ଧରି ପଡ଼ି ରହୁଛି । ପରୋକ୍ଷରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସାଧାରଣ ଜନତାଙ୍କ ରୋଷର ଶିକାର ହେବାକୁ ପଡ଼ୁଥିବାର ଲକ୍ଷ କରାଯାଉଛି । ସାଧାରଣ ଜନତାଙ୍କ ପକ୍ଷରୁ ଏହାକୁ ନେଇ ଅନଶନ ଧାରଣା ଯାଏ କଥା ଯାଉଛି ।  ୫ ଟି ସୂତ୍ରୀ କାର୍ଯ୍ୟ କରିବାକୁ ହେଲେ ସରକାର ପ୍ରଥମେ ବ୍ଲକ୍ ରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରିବା ଜରୁରୀ ବୋଲି ବୁଦ୍ଧିଜୀବି ଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି ।  ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଜିଲାପାଳ , ପଂଚାୟତିରାଜ ସଚିବ , ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *