Wednesday , June 23 2021
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ରେ ରାପିଡ଼ ଆକସନ୍ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ 

ରଘୁନାଥପୁର ବ୍ଲକ୍ ରେ ରାପିଡ଼ ଆକସନ୍ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ 

ରଘୁନାଥପୁର, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛକ ଠାରେ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାପିଡ଼ ଆକସନ୍ ଫୋର୍ସ (ଆରଏଏଫ) ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଇଆଇସି ବବିତା ଦଳାଇଙ୍କ ସହଯୋଗ , ଡ଼େପୁଟି କମାଣ୍ଡାଂଟ ପର୍ଶୁରାମ କୁଣ୍ଡୁଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ବ୍ଲକ୍ ଛକ ଠାରୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଆରଏଏଫ ଆଇଆଇସି ତାପସ ଜୋସ  ଓ ଏଲ ବି ସିଂ ଉପସ୍ଥିତ ଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହା କରାଯାଇଥିବା ସୂଚନା ମିଳିଛି । ଗତ ସୋମବାର ଠାରୁ ବ୍ଲକ୍ କାର୍ଯ୍ୟାଳୟରେ ଆଇନ ଶୃଙ୍ଖଳାକୁ ନେଇ ଉପୁଜିଥିବା ପରିସ୍ଥିତିର ସୁଧାର ଆଣିବା ପାଇଁ ଏହା ସମୟୋଚିତ ପଦକ୍ଷେପ ବୋଲି କୁହାଯାଉଛି । ତେବେ କୁଣ୍ଡୁ ଅଂଚଳରେ ଶାନ୍ତି ବଜାୟ ରଖିବା , ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଇ ଚାରା ସୃଷ୍ଟି କରିବା ଏହି ଫ୍ଲାଗ ମାର୍ଚ୍ଚର ଉଦେଶ୍ୟ ବୋଲି କହିଥିଲେ । ଅସାମାଜୀକ ବ୍ୟକ୍ତି ବିଶେଷ ସତର୍କ ରହିବା ସହ ସାଧାରଣ ଜନତାଙ୍କୁ ସହାୟତା ଯୋଗାଇ ଦେବା ଆମର ଲକ୍ଷ ବୋଲି ଆଇଆଇସି ଦଳାଇ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *