Wednesday , June 16 2021
Breaking News
Home / କୃଷି / ରଘୁନାଥପୁର ବ୍ଲକ୍ ରେ ମୋ ପୋଖରୀ ଯୋଜନାର କାର୍ଯ୍ୟ ତଦାରଖ 

ରଘୁନାଥପୁର ବ୍ଲକ୍ ରେ ମୋ ପୋଖରୀ ଯୋଜନାର କାର୍ଯ୍ୟ ତଦାରଖ 

ରଘୁନାଥପୁର,୨୨/୦୬/୨୦୧୯(ଓଡ଼ିଶା ସମାଚାର)-ମୋ ପୋଖରୀ ଯୋଜନାରେ ଗ୍ରାମାଂଚଳରେ ହିତାଧିକାରୀଙ୍କ ପକ୍ଷରୁ ଖୋଳାଯାଇଥିବା ପୋଖରୀକୁ କାର୍ଯ୍ୟ କରିଛନ୍ତି ସମ୍ପୃକ୍ତ ବିଭାଗର ଉଚ୍ଚ କର୍ତୃପକ୍ଷ ।  ୨୦୧୮୦୧୯ ବର୍ଷ ପାଇଁ ରଘୁନାଥପୁର ବ୍ଲକ୍ ରେ ୨୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ସେଥିମଧ୍ୟୁରୁ ୬ ଜଣ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଉକ୍ତ କାର୍ଯ୍ୟକୁ ତଦାରଖ ପାଇଁ ଅତିରିକ୍ତ ଜିଲା ମତ୍ସ୍ୟ  ଅଧିକାରୀ ସନ୍ତୋଷ କୁମାରଜେନା , ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାଶ , ଏଏଫଓ ମିରାରାଣି ବିଶ୍ୱାଳ ଓ ଅଭୟ କୁମାର ଦାଶଙ୍କ ତତ୍ୱାବଧାନରେ ବ୍ଲକ୍ ଅଂଚଳରେ ଖୋଳାଯାଇଥିବା ୬ ଗୋଟି ପୋଖରୀକୁ ବୁଲି ଅଧିକାରୀମାନେ ଦେଖିଥିଲେ । ଗୋକଳପୁର ସୁରଜିତ ସିଂ ଙ୍କ ୯୦ ଡ଼ିସିମିଲ ରେ ଖୋଳାଯାଇଥିବା ପୋଖରୀ ଓ ସୁକାନ୍ତ କୁମାର ସାହୁଙ୍କ ୫୦ ଡ଼ିସିମିଲି ରେ ଖୋଳାଯାଇଥିବା ପୋଖରୀକୁ ଦେଖିବା ସହ ମତ୍ସ୍ୟ ଯାଆଁଳ ଓ ଦାନା ସମ୍ପର୍କରେ ଆଲୋଚନା କରିଥିଲେ ଓ ପୋଖରୀ ପାଣିରେ ଚୂନ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହାପରେ ଅମୃତ ବେହେରା ରାହାଡ଼ିଙ୍ଗା, ନିଶ୍ଚିଳ ସ୍ୱାଇଁ ପୁରୁଣାବସନ୍ତ,  ଅଜୟ କୁମାର ଦ୍ୱିବେଦୀ ଶାଳିଜଙ୍ଗାରେ ଖୋଳାଯାଇଥିବା ପୋଖରାୀକୁ ତଦାରଖ କରିଥିଲେ । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ଅଧ ଏକରରୁ ୧ ହେକ୍ଟର ପର୍ଯ୍ୟନ୍ତ ପୋଖ୍ରୀ ଖୋଳି ପାରିବେ ।  ଅଢ଼େଇ ଏକର ପରିମିତ ଜମିରେ ଖୋଳାଯାଇଥିବା ପୋଖରୀକୁ ସାଢ଼େ ୮ ଲକ୍ଷ ଟଙ୍କା ବ୍ୟୟଅଟକଳ ଥିବାବେଳେ ୫୦ ପ୍ରତିଶତ ରିହାତି ସରକାର ଯୋଗାଇ ଦେଇଛନ୍ତି । ଯେଉଁ ସ୍ଥାନରେ ପାଣିର ସୁବିଧା ଥିବ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ପୋଖରୀ ଖୋଳିଥିବା ଚାଷୀମାନେ ସେମାନଙ୍କ ଖର୍ଚ୍ଚର ୫୦ ପ୍ରତିଶତ ତୁରନ୍ତ ପ୍ରଦାନ କରାଯିବା ସହିତ ପରେ ମାଛ ଯାଆଁଳ ଓ ଦାନାରେ ରିହାତି ଉପଲବ୍ଧ ହେବ । ମତ୍ସ୍ୟ ଚାଷୀମାନେ କିମ୍ବା ଯେକୌଣସି ବ୍ୟକ୍ତି ସ୍ୱାବଲମ୍ବୀ ହେବା ପାଇଁ ଆଗ୍ରହ ପ୍ରକାଶ କଲେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଏଏଫଓ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *