Sunday , June 13 2021
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ରେ ଫନି ପୁନରୁଦ୍ଧାର କାର୍ଯ୍ୟ ବାଟବଣା – ଖର୍ଚ୍ଚ ନହୋଇ ପଡ଼ି ରହିଛି ୨ କୋଟି ୩୦ ଲକ୍ଷ

ରଘୁନାଥପୁର ବ୍ଲକ୍ ରେ ଫନି ପୁନରୁଦ୍ଧାର କାର୍ଯ୍ୟ ବାଟବଣା – ଖର୍ଚ୍ଚ ନହୋଇ ପଡ଼ି ରହିଛି ୨ କୋଟି ୩୦ ଲକ୍ଷ

ରଘୁନାଥପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ଦେଢ଼ମାସ ତଳୁ ରଘୁନାଥପୁର ବ୍ଲକ କୁ ବାତ୍ୟା ଫନି କ୍ଷୟକ୍ଷତି ଜନିତ ସହାୟତା ରାଶି ମିଳିସାରିଥିଲେ ସୁଦ୍ଧା ଅଦ୍ୟାବଧି ଏହାର ମରାମତି କାର୍ଯ୍ୟ କରାଯାଇନାହିଁ ।  ୧୧୫ ଟି କାର୍ଯ୍ୟ ପାଇଁ ଆସିଥିବା ଏହି ଟଙ୍କା ଏବେ ସୁଦ୍ଧା ଜମା ହୋଇ ରହିଛି ।  ଫନି ଯିବାର ୫ ମାସ ପରେ ବ୍ଲକ୍ ଅଂଚଳର ବିଭିନ୍ନ ସ୍କୁଲ, ଅଙ୍ଗନୱାଡ଼ି ତଥା ସରକାରୀ ଅନୁଷ୍ଠାନର ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଏଥିପ୍ରତି ବ୍ଲକ୍ ପ୍ରଶାସନର  ତିଳେହେଲେ ଅନୁଶୋଚନା ନାହିଁ । ବରଂ ଅସୁବିଧାର ସମ୍ମୁଖୀନ ହେଉଚନ୍ତି କୋମଳମତି ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ।  ସରକାରୀ ଅର୍ଥ ଖର୍ଚ୍ଚ କରିବାରେ ବ୍ଲକ୍ ଏକ ପ୍ରକାର ବିଫଳ ହୋଇଥିବାର କୁହାଯାଉଥିବାବେଳେ ଜନପ୍ରତିନିଧି ତଥା ପ୍ରଶାସନିକ ମୁଖ୍ୟଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗଳି ନିର୍ଦ୍ଧେଶ କରାଯାଇଛି ।  ସରକାରଙ୍କ ପକ୍ଷରୁ ଯଥା ଶୀଘ୍ର କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ଏହି ଅନୁଦାନ ଯୋଗାଇ ଦିଆଯାଉଥିବାବେଳେ ବ୍ଲକ୍ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବାରେ କୁଂଠା ପ୍ରକାଶ କରୁଥିବା ଦେଖାଯାଉଛି । କାର୍ଯ୍ୟର ବିଳମ୍ବତା, ପ୍ରଶାସନର ଦାୟିତ୍ୱହିନତା ଯୋଗୁ ସରକାରୀ ଯୋଜନା ବାଟବଣା ହୋଇଥିବାର ସାଧାରଣରେ ଆଲୋଚନା ହେଉଛି । ଏ ସମ୍ପର୍କରେ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳଙ୍କୁ ପଚାରିବାରେ  ଫନି କାର୍ଯ୍ୟ କାରିତାର ଦାୟିତ୍ୱ  ବିଡ଼ିଓ ଙ୍କ ୁପରେ ନ୍ୟସ୍ତ ରହିଥିବା ପ୍ରକାଶ କରିଛନ୍ତି । ତେବେ ଅନେକ ଥର ଏ ସମ୍ପର୍କରେ ତାଙ୍କୁ ପଚାରିବାରେ କୌଣସି ସୁଫଳ ମିଳୁନିି ବୋଲି ଅଧ୍ୟକ୍ଷା ମତ ରଖିଛନ୍ତି ।  ବିଡ଼ିଓ ପଂଚାନନ ପଟାୟତ ଏହାରି ଭିତରେ କାମ ଆରମ୍ଭ ହୋଇଯିବ ବୋଲି ପ୍ରକାଶ କରୁଥିବାବେଳେ କାର୍ଯ୍ୟ କରାନଯିବା ପଛରେ ବ୍ଲକ୍ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ମତ ପାର୍ଥକ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଗତସିଂହପୁର ଜିଲାପାଳ  ଏହା ଉପରେ ଦୃଷ୍ଟି ଦେଇ କାର୍ଯ୍ୟକୁ ଆଗେଇ ନେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *