Thursday , June 24 2021
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ଛକ ଠାରୁ ଜଗତସିଂହପୁର ଗାନ୍ଧି ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ନିରୀକ୍ଷଣ କଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ 

ରଘୁନାଥପୁର ବ୍ଲକ୍ ଛକ ଠାରୁ ଜଗତସିଂହପୁର ଗାନ୍ଧି ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ନିରୀକ୍ଷଣ କଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ 

ରଘୁନାଥପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ପୂର୍ତ ବିଭାଗ ଅଧିନରେ ଥିବା ରଘୁନାଥପୁର ବ୍ଲକ୍ ଛକ ଠାରୁ ଜଗତସିଂହପୁର ଗାନ୍ଧି ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବା ପାଇଁ ଆଜି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ , ଫକିରପଡ଼ା ସହକାରୀ ଯନ୍ତ୍ରୀ ରତିକାନ୍ତ ବେହେରା ଓ କନିଷ୍ଠ ଯନ୍ତ୍ରୀ ବିନୟ କୁମାର ଦାସ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ନିରୀକ୍ଷଣ କରିଛନ୍ତି । ୬ କୋଟି ଟଙ୍କାର ବ୍ୟୟ ଅଟକଳରେ ଦକ୍ଷ କନଷ୍ଟ୍ରକସନ୍ ଏହି କାର୍ଯ୍ୟ ହାତକୁ ନେଇଥିବାବେଳେ ଏହାକୁ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ୧୧.୫ କିମି ବିଶିଷ୍ଟ ରାସ୍ତା ରଘୁନାଥପୁର ବ୍ଲକ୍ ରୁ ସିଧା ଜିଲା ସଦର ମହକୁମାକୁ ସଂଯୋଗ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇ ଯାତାୟତରେ ବ୍ୟାଘାତ ସୃଷ୍ଟି କରୁଥିଲା । ବିଜୁ ପଟ୍ଟନାୟକ  ଛକ ଠାରୁ କନ୍ଦରା ପଟି ଛକ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଅଣ ଓସାରିଆ ହୋଇଥିବାରୁ ଏହି ରାସ୍ତାରେ ଯାନ ବାହାନ ଯାତାୟତ କରିବା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇ ପଡ଼ଧୁଥିଲା । ଏପରିକି ସ୍କୁଲ କଲେଜ ଛାତ୍ର ଛାତ୍ରୀ , ଆମ୍ବୁଲାନ୍ସ, ଦମକଳ ଆଦି ଗାଡ଼ି ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଏହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣକୁ ଲକ୍ଷ ରଖି ଅଂଚଳବାସୀମାନେ ବିଭାଗୀୟ ଅଧିକାରୀ ଓ ଜଗତସିଂହପୁର ଜିଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *