Tuesday , June 15 2021
Breaking News
Home / ବିଶେଷ / ରଘୁନାଥପୁର ଅଂଚଳରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା
??????????

ରଘୁନାଥପୁର ଅଂଚଳରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା

ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ପବିତ୍ର ଶ୍ରୀଗୁଣ୍ଡିଚା ଉପଲକ୍ଷେ ରଘୁନାଥପୁର ତଥା ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ରଘୁନାଥପୁର ବଡଦାଣ୍ଡରେ ପ୍ରତିବର୍ଷପରି ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥାଯାତ୍ରା ଯଥାରୀତି ଅନୁଯାୟୀ ଆରମ୍ଭ ହୋଇଛି ।    ରଘୁନାଥପୁର ବଡଦାଣ୍ଡ ରଥଯାତ୍ରାରେ ଶିବେନ୍ ମିତ୍ର ଛେରାପଁହରା କରିଥିବା ବେଳେ ସିଦେ୍ଧଶ୍ୱର କ୍ଲବ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ ରଥ ଟଣାଯାଇଥିଲା । ସେହିପରି ରଘୁନାଥପୁର ନୁଆବଜାରରେ ଅନୁଷ୍ଠିତ ରଥଯାତ୍ରାରେ  ବିପିନ କୁମାର ନନ୍ଦି ଛେରା ପହଁରା କରିଥିଲେ । ସେହିପରି ଜଗନ୍ନାଥପୁର ମଦନ ମୋହନ ମଠରେ ଅନୁଷ୍ଠିତ ରଥଯାତ୍ରାରେ ମଦନ ମୋହନ ଜେନା ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା । ସେହିପରି ଓଡପଡା ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରାରେ ତାରିଣୀ ପଟ୍ଟନାୟକ ଛେରାପହଁରା କରିଥିବା ବେଳେ ବିରବର ପଟ୍ଟନାୟକ, ପରିକ୍ଷିତ ପଟ୍ଟନାୟକ ପ୍ରମୁଖ ଗ୍ରାମବାସୀ ମାନେ ଏହି ରଥଯାତ୍ରା ପରିଚାଳନା କରିଥିଲେ । ଭାସିଲପୁର ଗ୍ରାମରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ସେହିପରି ଜଗନ୍ନାଥପୁର ସାନପାଟଣାରେ ଅଭୟ ସାହୁ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା । ସେହିପରି ଜଇପୁର ହାଟପାଖରେ ଥିବା ଜଗନ୍ନାଥ ମନ୍ଦିରରୁ ରଥକୁ ହଜାର ହଜାର ଭକ୍ତ ମାନେ ରଥକୁ ଟାଣି ଟାଣି ଜଇପୁର ହାଟୁଆରୀ ଠାରେ ମାଉସୀ ମନ୍ଦିରରେ ରଥକୁ  ପହଞ୍ଚାଇଥିଲେ । ଏଠାରେ ହରିବୋଲ, ହୁଳହୁଳି, ଜୟଜଗନ୍ନାଥ ଧ୍ୱନିରେ ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା । ତିର୍ତ୍ତୋଲ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ଖଣ୍ଡତରୀ ବନବିରାହୀ ମଠରୁ ରଥ ବାହାରି ମାଉସୀ ମା ଘର ପର୍ଯ୍ୟନ୍ତ ଶହ ଶହ ଭକ୍ତମାନେ ରଥକୁ ଟାଣି ନେଇଥିଲେ ।  ଶିର୍ଲୋରେ ଥିବା ପ୍ରସିଦ୍ଧ ଗୋମତୀ ଆଶ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କରାଯାଇଛି । ଗୋମତୀ ଆଶ୍ରମର ରଥଯାତ୍ରାରେ  ଆଶ୍ରମର ମଠାଧୀଶ ବାବା ଅକ୍ଷୟ ଦେବଦାଶ ମହାରାଜ ଛେରାପଁହରା କରିଥିଲେ । ବ୍ରାହ୍ମଣଖଣ୍ଡରେ ଥିବା ମାଉଶୀମା ମନ୍ଦିରରେ ଶାନ୍ତି ଶୃଙ୍ଖଳାସହ ରଥାକୁ ପହଂଚାଯାଇଥିଲା ।  ସେହିପରି  କୋଟକଣା, ପୁରଣଓଡପଡା,ତରିକୁନ୍ଦ, ଗୋଠିଣା,  ତତଲାପଦା, ଚାନ୍ଦପୁର, ଗୋକଳପୁର,   ରେଢୁଆ,  ଭାସିଲପୁର, ଗୋପାଳପୁର, ମାଳିଅଂଚ, ଶିବପୁର,  କେରେକେରା, ଏରଡଙ୍ଗା, ବିଦ୍ୟାଧରପୁର, ଦେଉଳସାହି,  ନାରାୟଣ ଛକ,  ଆଦି ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳାର ଅନୁଷ୍ଠିତ  ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *