Sunday , August 1 2021
Breaking News
Home / ବିଶେଷ / ରକ୍ତଦାନ ସେଵା ମାଧ୍ୟମରେ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରା ଙ୍କ  ଜନ୍ମଦିନ ପାଳିତ

ରକ୍ତଦାନ ସେଵା ମାଧ୍ୟମରେ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରା ଙ୍କ  ଜନ୍ମଦିନ ପାଳିତ

ଭୁବନେଶ୍ୱର, ୨୬/୦୬/୨୦୨୧(ଓଡ଼ିଶା ସମାଚାର)-   ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ୪୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଅନୁଷ୍ଠିତହୋଇ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର୍ ସଭାପତି ସଂଗ୍ରାମ ପାଇକରାୟ ଉଦଘାଟନ କରିଥିଲା ବେଳେ ରକ୍ତଭଣ୍ଡା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଐତିହ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ମିଶନ ରକ୍ତଦାନ ଅଭିଯାନର ଆବାହକ ନିରଞ୍ଜନ ପଟ୍ଟନାୟକ,ହରପ୍ରସାଦ ମହାପାତ୍ର,ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଏପରି ମହତ କାର୍ଯ୍ୟକରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ସମସ୍ତ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *