Monday , June 14 2021
Breaking News
Home / ତାଜା ଖବର / ଯୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର

ଯୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଚକଡ଼ା ବଗୁଆ ଗ୍ରାମ ନିକଟସ୍ଥ ଯୋରରୁ ଜଣେ ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଦ୍ୱୟ ହେଲେ ମାଆ ନେଉଳି ଜେନା ଓ ଝିଅ ଝୁନୁ ଜେନା  । ଉଭୟ ଶୌଚ ପାଇଁ ସେଠାକୁ ଯାଇଥିବା ବେଳେ ଗଭୀର ପାଣି ମଧ୍ୟକୁ ପ୍ରଥମେ ଝିଅର ଗୋଡ ଖସିଯାଇଥିଲା  । ଝିଅକୁ ବଂଚାଇବାକୁ ଯାଇ ପାଣିରେ ବୁଡି ଉଭୟଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି  । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି  । ସେହିପରି ଅନ୍ୟ ଏକ ଘଟଣାରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ତନ୍ତିଆପାଳ ଗ୍ରାମ ପୋଖରୀରେ ବୁଡି ଦୁଇ ବର୍ଷିୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି । ତା’ର ନାମ ମାନିନୀ ମଣ୍ଡଳ  । କୁନି ଝିଅ ମାନିନୀ ଆଜି ସକାଳେ ଘର ନିକଟସ୍ଥ ପୋଖରୀ କୂଳରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲା  । ଫଳରେ ତା’ର ମୃତ୍ୟୁ ଘଟିଥିଲା  । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *