Friday , June 25 2021
Breaking News
Home / ବିଶେଷ / ଯୋଗ ନିରୋଗ ଓ ମାନସିକ ଶାନ୍ତିର ଏକମାତ୍ର ପଥ

ଯୋଗ ନିରୋଗ ଓ ମାନସିକ ଶାନ୍ତିର ଏକମାତ୍ର ପଥ

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବିଶ୍ୱ ଯୋଗଦିବସ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଚିତ୍ର ମାଧ୍ୟମରେ ଦେଇଛନ୍ତି ସମାଜକୁ ବାର୍ତା । ଚିତ୍ରଟିରେ ଭଗବାନ ବୁଦ୍ଧଙ୍କୁ ଯୋଗ ଓ ଶାନ୍ତି ପ୍ରଦାନର ଗୁରୁ ହିସାବରେ ଅବତାରଣା କରି ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ସବୁରୀ କାରଣର କାରଣ ରୂପେ ଦର୍ଶାଇ ଜନସମାଜକୁ ଯୋଗ ପାଇଁ ଆହ୍ୱାନ ଜଣେଇଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଂଚାନନ ସାମଲ ଚିତ୍ରଟିର ଶୁଭାରମ୍ଭ କରି ଜଗନ୍ନାଥ ଓ ଭଗବାନ ବୁଦ୍ଧ ମାନସିକ ଶାନ୍ତିର ଏକମାତ୍ର ପଥ ବୋଲି ପ୍ରକାଶ କରିଥିଲେ । ଯୋଗ ଏଥିପାଇଁ ଏକ ମାଧ୍ୟମ ବୋଲି ଶିଳ୍ପୀମାନେ ଦର୍ଶାଇଥିଲେ । ୫ ଫୁଟ୍ରେ ୩ ଫୁଟ୍ କ୍ୟାନ୍ଭାସରେ ଏକ୍ରାଏଲିକ୍ ରଙ୍ଗର ଏହି ଚିତ୍ରଟିକୁ ଜ୍ୟୋତିରଞ୍ଜନ ସାହୁ, ମାନସ ମହାରଥୀ, ରାଜାରାମ ସ୍ୱାଇଁ, ଅସିତ୍ କୁମାର ସାମଲ, ସୁଲଗ୍ନା ଦାସ, ଆଦ୍ୟାଶା ମିଶ୍ର, ସୁଧାଂଶୁ ସାହୁ ଓ ବିଶ୍ୱଦୀପ ବିଶ୍ୱାଳ ପ୍ରମୁଖଙ୍କୁ ୨ ଘଂଟା ସମୟ ଲାଗିଥିଲା । ଚିତ୍ର ଆରମ୍ଭ ପୂର୍ବରୁ ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦିବସ ଅବସରରେ ଯୋଗାସନ କରି ଅନ୍ୟମାନଙ୍କୁ ପ୍ରେରଣାର ବାର୍ତା ଦେଇଥିଲେ । ଏହି ଅବସରରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ବିଶ୍ୱକାନ୍ତ ପଣ୍ଡା, ମାନସ ରଞ୍ଜନ ନାୟକ, ଲକ୍ଷ୍ମୀଧର ସ୍ୱାଇଁ ଓ ସତ୍ୟଜିତ୍ ଦାସ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *