Sunday , June 20 2021
Breaking News
Home / ବିଶେଷ / ଯୋଗ୍ୟ କଳାକାରମାନଙ୍କୁ କଳାକାର ଭତା ପ୍ରଦାନ ପାଇଁ  ଶ୍ରୀ ଜଗନ୍ନାଥ ସଂକିର୍ତନ ମହାସଂଘର ଦାବି

ଯୋଗ୍ୟ କଳାକାରମାନଙ୍କୁ କଳାକାର ଭତା ପ୍ରଦାନ ପାଇଁ  ଶ୍ରୀ ଜଗନ୍ନାଥ ସଂକିର୍ତନ ମହାସଂଘର ଦାବି

ପାଟକୁରା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀଜଗନ୍ନାଥ ସଂକୀର୍ତନ ମହାସଂଘର କାର୍ଯ୍ୟକାରିଣୀ ବୈ÷ଠକ ଶୁକ୍ରବାର ଦିନ ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ବୈ÷ଠକରେ ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘର ସଭାପତି ନବଘନ ନାୟକ ସଭାପତିତ୍ୱ କରିଥିଲାବେଳେ ଏଥିରେ ଗରଦପୁର, ମାର୍ଶାଘାଈ, ଡେରାବିଶ, ମହାକଳପଡା, ଆଳି, ପଟ୍ଟାମୁଣ୍ଡାଇ, କୁଜଙ୍ଗ,ତିର୍ତୋଲ ଅଂଚଳର କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷକରି କେନ୍ଦ୍ରାପଡା ଜିଲ୍ଲାରେ ଯୋଗ୍ୟ ବିବେଚିତ ହୋଇ ଅପେକ୍ଷାରତ୧୨ଶହରୁ ଉଦ୍ଧ୍ୱର୍ କଳାକାରମାନଙ୍କୁ ସରକାର ତୁରନ୍ତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ କରି କଳାକାର ଭତା ମଞ୍ଜୁରି କରିବାକୁ ବୈ÷ଠକ ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଳ ପ୍ରେମଚାନ୍ଦ ଚୈ÷ାଧୂରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପାଟକୁରା ବିଧାନସଭା ନିର୍ବାଚନ ଆସନ୍ନ ଥିବାରୁ ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗତ୧୮ତାରିଖରେ ଗରଦପୁର ବ୍ଲକ ଅନ୍ତର୍ଗତ ମଧୂଶାସନ ପଂଚାୟତରେ ଅନୁଷ୍ଠିତ ବିଜେଡି କର୍ମୀ ବୈ÷ଠକ ରେ ଉପସ୍ଥିତ ଲୋକମାନଙ୍କୁ ୨୪ଘଂଟାରେ ରାସନକାର୍ଡ, ଭତା, କଳାକାର ଭତା ଆଦି ପ୍ରଦାନ କରାଯିବା  ନେଇ  ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଅପେକ୍ଷାରେ ଥିବା ଯୋଗ୍ୟ ୧୨ଶହ କଳାକାରମାନଙ୍କୁ ନୂତନ କଳାକାର ଭତା ମଞ୍ଜୁୁର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ନିର୍ବାଚନ ପୂର୍ବରୁ ପ୍ରତି ବ୍ଲକ ମାଧ୍ୟମରେ ଚୟନ ପକ୍ରୀୟା କରାଯାଇ ଯୋଗ୍ୟ ବିବେଚିତ କଳାକାର ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ସେହି ତାଲିକାରୁ ଜିଲ୍ଲାକୁ ମିଳିଥିବା କୋଟା ଅନୁସାରେ ୧୫୭୯ କଳାକାରଙ୍କୁ ପ୍ରଥମ ଦଫାରେ କଳାକାର ଭତା ମଞ୍ଜୁର କରାଯାଇ ‘ପିଠା’ କାର୍ଯ୍ୟକ୍ରମରେ ଚେକ୍ ପ୍ରଦାନ କରାଯାଇଥିଲା । ତେବେ କେନ୍ଦ୍ରାପଡା ଜିଲ୍ଲାରେ ସେଇ ଯୋଗ୍ୟ ତାଲିକାରୁ ଆଉ ୧୨ଶହ କଳାକାର ଭତା ପାଇଁ ଅପେକ୍ଷା କରି ରହିଛନ୍ତି । ନିର୍ବାଚନ ପରେ ସେମାନଙ୍କ କଥା ବୁଝାଯିବ ବୋଲି ନିର୍ବାଚନ ଦୈ÷ାଡରେ ଥିବା ଶାସକ ଦଳରି ପ୍ରାର୍ଥିମାନେ ପ୍ରତିଶୃତି ଦେଇ ଥିଲେ । ଏବେ ନିର୍ବାଚନ ଶେଷ ହୋଇଛି,ମାତ୍ର ପାଟକୁରା ବିଧାନ ସଭା ନିର୍ବାଚନ ଆସନ୍ନ । ତେଣୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଗରଦପୁର, ମାର୍ଶାଘାଈ, ଡେରାବିଶ ବ୍ଲକର ୪ଶହରୁ ଉଦ୍ଧ୍ୱର୍ କଳାକାରଙ୍କ ସମେତ ଜିଲ୍ଲାର ମୋଟ ୧୨ଶହ ଅପେକ୍ଷାରତ କଳାକାରମାନଙ୍କୁ ସରକାର ତୁରନ୍ତ କଳାକାର ଭତା ମଞ୍ଜୁର କରିବା  ପାଇଁ ବୈ÷ଠକରେ ସଂଘର ସଭାପତି ଶ୍ରୀ  ନାୟକ ଦାବି କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ,ରାଜ୍ୟ ସଂସ୍କୃତି ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ବୈ÷ଠକରେ ଅନୁରୋଧ କରାଯାଇଛି । ପ୍ରକାଶ ଯେ,ସରକାର ଘୋଷଣା କରିଥିବା ୫୦ ହଜାର କଳାକାର ଭତା ମଧ୍ୟରୁ ୩୫ହଜାର ଭତା ପୁରଣ ହୋଇଥିଲା ବେଳେ କେତେକ ଜିଲ୍ଲାରେ ଯୋଗ୍ୟ କଳାକାର ମିଳି ନ ଥିବାରୁ ୧୫ ହଜାର ଭତା ପଡି ରହିଛି । ଏହି ବୈ÷ଠକରେ ସଂଘ ଉପ-ସଭାପତି ଯୁଧିଷ୍ଟିର ଦାସ, ସଚିବ ବୈ÷କୁଣ୍ଠ ଚରଣ ନାୟକ ,ସହ ସଂପାଦକ ପ୍ରେମାନନ୍ଦ  ନାୟକ, ମୁଖ୍ୟ ଉପଦେଷ୍ଟା ପ୍ରକୃତିବନ୍ଧୁ ଦ୍ୱରିକାନାଥ ସେନାପତି, କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ଉଦୟ କୁମାର ନାଥ, ରତ୍ନାକର ସ୍ୱାଇଁ, ପ୍ରମୋଦ କୁମାର ଜେନା, ତପନ ବାବା,କୈ÷ଳାସ ଚନ୍ଦ୍ର କର,ଶ୍ରୀପତ ବେହେରା,ପ୍ରଦୀପ୍ତ ସ୍ୱାଇଁ,ଉମେଶ ନାୟକ,ଜୟଦେବ ସାହୁ,ବାବା  ବ୍ରହ୍ମଚାରୀ ଅନାଦି ଅବଧୂତ,ସୁଶାନ୍ତ କୁମାର ସ୍ୱାଇଁ,ମନୋରଂଜନ ବେହେରା, ନୀଳମଣୀ ସାହୁ,ନିତ୍ୟାନନ୍ଦ ଆଚାର୍ଯ୍ୟ,ଅମୂଲ୍ୟ କୁମାର ନାୟକ,ପ୍ରଶାନ୍ତ ମହାନ୍ତି,ବାବାଜି ଚରଣ ସ୍ୱାଇଁ,ଅନନ୍ତ ପ୍ରଧାନ,ସନ୍ତୋଷ କୁମାର ସ୍ୱାଇଁ,ଟୁକୁନା ନାୟକ,ସୁନାକର ବାରିକ,କୈ÷ଳାସ ଚନ୍ଦ୍ର ତ୍ରିପାଠୀ,ଗଙ୍ଗାଧର ମହାନ୍ତି,ସରୋଜ କାନ୍ତ ଦାସ,ଅଧିର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *