Sunday , June 20 2021
Home / ବିଶେଷ / ଯୁବ ରେଡକ୍ରସ୍ ପକ୍ଷରୁ ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯୁବ ରେଡକ୍ରସ୍ ପକ୍ଷରୁ ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୂବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୩ ଦିନିଆ ଯୁବ ରେଡକ୍ରସ୍ ର ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତା ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯୁବ ରେଡକ୍ରସ୍ ର ପରାମର୍ଶଦାତା ମାନଙ୍କୁ ଯୁବ ରେଡକ୍ରସ୍ ର ଆଭିମୂଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରିବାର ଉଦ୍ଧେଶ୍ୟ ରଖି ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଯୁବ ରେଡକ୍ରସ୍ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛି ।
ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫ ଜଣ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଂଶ ଗ୍ରହଣ କରିଛନ୍ତି ।ଏହି ତିନି ଦିନର ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ୟୁବ ରେଡ଼କ୍ରସ୍ ର ଭୁମିକା, ଜଳ ପରିମଳ ଓ ସ୍ୱାସ୍ଥ୍ୟ, ବିପର୍ଯୟ ଜନିତ କ୍ଷୟ କ୍ଷତି ହ୍ରାସ କରିବା, ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷାରେ ଯୁବ ରେଡ଼କ୍ରସ ୍ ରାମର୍ଶଦାତାର ଭୁମିକା ଇତ୍ୟାଦି ବିଷୟରେ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ପ୍ରଶିକ୍ଷିତ କରାଯିବ ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍ ସୁଗୁଣାଙ୍କ ଦିଗଦର୍ଶନରେ ଆୟୋଜିତ ଉକ୍ତ ପ୍ରଶିକ୍ଷଣଶିବିରର ଉଦଘାଟନୀ ଉତ୍ସବରେ ଭାରତୀୟ ରେଡକ୍ରସ୍, ଓଡିଶା ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କୁ ଉତ୍ସାହ ଭରା ଗଳ୍ପ ମାଧ୍ୟମରେ ସେମାନଙ୍କୁ ପ୍ରଭାବିତ କରିଥିଲେ । ଏଭଳି ଏକ ସ୍ୱେଚ୍ଛାକୃତ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିବାରୁ ପ୍ରତ୍ୟେକ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ ।

ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଯୁବ ରେଡକ୍ରସ ର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଗୋପାଳ କୃଷ୍ନ ମିଶ୍ର, ଯୁବ ରେଡକ୍ରସ୍ ପରାମର୍ଶଦାତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଶୀ ସୁଶୀଲ କୁମାର ପଟ୍ଟନାୟକ ଯୁବ ରେଡକ୍ରସ୍ ପରାମର୍ଶଦାତା କାର୍ଯ୍ୟକ୍ରମର ପରିଶେଷରେ ଧନ୍ୟବାଦ ଅର୍ପଣକରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *