Tuesday , June 15 2021
Breaking News
Home / ବିଶେଷ / ଯୁବ ବ୍ୟବସାୟୀ ଜିତେନ୍ଦ୍ର ଗୁରୁ ଙ୍କ ବିୟୋଗରେ ୨୦୦୫ ବ୍ୟାଚ ତରଫରୁ ଶୋକସଭା

ଯୁବ ବ୍ୟବସାୟୀ ଜିତେନ୍ଦ୍ର ଗୁରୁ ଙ୍କ ବିୟୋଗରେ ୨୦୦୫ ବ୍ୟାଚ ତରଫରୁ ଶୋକସଭା

ଭୁବନ,୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଭୁବନ ନୂଆବଜାର (ବସଷ୍ଟାଣ୍ଡ) ଠାରେ ମୋବାଇଲ ଦୋକାନ କରିଥିବା ଯୁବ ବ୍ୟବସାୟୀ ଜିତେନ୍ଦ୍ର ଗୁରୁ (୨୭) ଗତ ରବିବାର ରାତି ହୃଦଘାତରେ ପରଲୋକ ଗମନ କରିଥିନ୍ତି । ଏହି ଅବସରରେ ତାଙ୍କର ୨୦୦୫ ମାଟ୍ରିକ ବ୍ୟାଚ ସାଥୀ ମାନଙ୍କ ଦ୍ୱାରା ଶନିବାର ସଂଧ୍ୟାରେ ସ୍ଥାନୀୟ ରାଇଜିଂ କ୍ଲବ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଇଂ ଦେବେନ୍ଦ୍ର ପୃଷ୍ଟି ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶୋକସଭାରେ ଦେବାନନ୍ଦ ସାହୁ,ପ୍ରସନ୍ନ ମହାନ୍ତି,ପ୍ରଶାନ୍ତ ଦାସ,ଶିବ ପ୍ରସାଦ ପୃଷ୍ଟି,ରତିକାନ୍ତ ଗୁରୁ,ଜଗବନ୍ଧୁ ଗୁରୁ,ବିଳାସ ସାହୁ,ଦିବ୍ୟ ଲୋଚନ ସାହୁ,କୁଂଜବନ ବେହେରା,ମନୋଜ ବେହେରା,ଦାଶରଥି ସାହୁ,ଧର୍ମାନନ୍ଦ ପୃଷ୍ଟି,ସୁବାସ ଦାସ,ବଳରାମ ଦାସ,ରଂଜନ ବେହେରା,ଶେଷଦେବ ଦଳେଇ,ବଳରାମ ସାହୁ ପ୍ରମୁଖ ଯୋଗଦେଇ ଅମରଆତ୍ମାର ସଦଗତି କାମନାର୍ଥେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ଜିତେନ୍ଦ୍ର ଜଣେ ମେଳାପି,ବନ୍ଧୁବତ୍ସଳ,ସ୍ନେହୀ,ପରୋପକାରୀ ଯୁବକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ ଓ ରାଇଜିଂ କ୍ଲବ ରୁ ବାହାରି ନୂଆବଜାର ସ୍ଥିତ ସ୍ୱର୍ଗତ ଜିତେନ୍ଦ୍ର ଙ୍କ “ସଂସାର ଏନଏକ୍ସ”ମୋବାଇଲ ଦୋକାନ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରି ଯାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *