Thursday , August 5 2021
Breaking News
Home / ବିଶେଷ / ଯୁବସାମ୍ବାଦିକଙ୍କ ପିତୃ ବିୟୋଗ

ଯୁବସାମ୍ବାଦିକଙ୍କ ପିତୃ ବିୟୋଗ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରଦୀପରେ କାର୍ଯ୍ୟରତ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ପିତା ଦ୍ୱାରିକାନାଥ ସ୍ୱାଇଁ (୬୧) ଙ୍କର ଗୁରୁବାର ଦିନ ବିଳମ୍ବିତ ରାତି ରେ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ପାରାଦୀପ ବନ୍ଦରରେ କାର୍ଯ୍ୟ କରି ୨୦୨୦ ମସିହା ଅକ୍ଟୋବର ମାସ ରେ ଦ୍ୱାରିକାନାଥ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ । ଗତ ଦୁଇ ମାସ ହେବ କିଡିନ୍ ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ନେଇ ପୁତ୍ର ପ୍ରଶାନ୍ତ ସୂଚନା ଦେଇଛନ୍ତି । ତାଙ୍କର ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ । ଏହି ମୃତ୍ୟୁ ଖବର ପାଇବା ପରେ ପାରାଦୀପ ସମେତ ତାଙ୍କ ନିଜ ଗାଁରେ ଶୋକର ଛାୟା ଖେଳିଯାଇଛି । ଶୁକ୍ରବାର ସଂଧ୍ୟାରେ ଗ୍ରାମ ଶ୍ମଶାନରେ ଦ୍ୱାରିକାନାଥଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ତାଙ୍କର ପୁତ୍ର ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ୱାଇଁ ଜଣାଇଛନ୍ତି । ପାରାଦ୍ୱୀପର ବହୁ କାର୍ଯ୍ୟରତ ସାମ୍ବାଦିକ ମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *