Thursday , June 17 2021
Breaking News
Home / ତାଜା ଖବର / ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସାଲେପୁର,୧୧/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ତିନିଦିନ ଧରି ନିଖୋଜ ହୋଇଯାଇଥିବା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ତେନ୍ତୋଳ ମହାନଦୀ ପଠା ରେ । ମୃତ ଯୁବକଙ୍କ ନାଁ ହେଉଛି ରବି ନାରାୟଣ ପୃଷ୍ଟି। ରବି ତିନିଦିନ ଧରି ନିଖୋଜ ଥିବାର ମଧ୍ୟ ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି। ତେବେ ଆଜି ତାଙ୍କର ମୃତ ଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀପଠା ବେଣା ଜଙ୍ଗଲରେ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରି ରଖିଛି। ଓଡ଼ିଶା ସମାଚାର

About admin

Check Also

ବାଲିଗୁଡା: ହୃଦଘାତରେ ଓଡ଼ିଆ ସେନା ଜବାନଙ୍କ ମୃତ୍ୟୁ : ଜବାନଙ୍କ ନିଜ ଗାଁ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ 

ବାଲିଗୁଡା, ୧୫/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା  …

Leave a Reply

Your email address will not be published. Required fields are marked *